କଂଗ୍ରେସର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

୧୨ ରାଜ୍ୟର ୪୬ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଲୋକସଭା ନର୍ବାଚନ ପାଇଁ ଚତୁର୍ଥ ପ୍ରର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ଗତକାଲି ୧୨ ରାଜ୍ୟର ୪୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ତାଲିକାରେ ବରିଷ୍ଠ ନେତା ଦିଗବିଜୟ ସିଂ. ହରିସ ରାୱତ ଅଛନ୍ତି । ମଧ୍ୟପ୍ରଦେଶର ଗାଜଗଡରୁ ଲଢିବେ ଦିଗବିଜୟ ସିଂ ।

ସେହିପରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବାରଣାସୀରୁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ଅଜୟ ରାୟ । ତେବେ ବିଏସପିର ପୂର୍ବତନ ନେତା ଡାନିଶ ଅଲ୍ଲୀଙ୍କୁ ପ୍ରାର୍ଥୀ କରିଛି ଦଳ । କଂଗ୍ରେସ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶର ୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ ଦଳ ଏବେ ବି ଅମେଠି ଓ ରାଏ ବରେଲୀ ଆସନକୁ ନେଇ ସସପେନ୍ସ ଜାରି ରଖିଛି। ଏହି ଦୁଇଟି ଆସନ କଂଗ୍ରେସର ଗଡ଼। ତେବେ ୨୦୧୯ରେ ଅମେଠିରୁ ରାହୁଲ ଗାନ୍ଧି ହାରି ଯାଇଥିଲେ। ରାହୁଲ ଏଥର ପୁଣି ଏହି ଆସନରୁ ଲଢ଼ିପାରନ୍ତି।

ତା’ସହିତ ସେ କେରଳ ୱାୟନାଡ଼ ଆସନରୁ ମଧ୍ୟ ଲଢ଼ିବେ। ଅନ୍ୟପକ୍ଷରେ ସମସ୍ତଙ୍କ ନଜର ଏବେ ରାଏ ବରେଲୀ ଆସନ ଉପରେ ରହିଛି। ଏହାକୁ ମିଶାଇ ମୋଟ ୧୮୩ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ଚତୁର୍ଥ ତାଲିକାରେ ଆସାମ, ଆଣ୍ଡାମାନ, ଛତିଶଗଡ଼, ମଧ୍ୟପ୍ରଦେଶ, ଉତରପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମିଜୋରାମ, ରାଜସ୍ଥାନ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗର ଆସନ ପାଇଁ ପ୍ରାଥୀ ଘୋଷଣା କରିଛି ଦଳ ।