ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼

ପୁଣି ବଢିଲା କମର୍ସିଆଲ ଗ୍ୟାସ୍ ଦର

ପାର୍ବଣ ଋତୁ ଆରମ୍ଭରୁ ଗ୍ରାହକଙ୍କ ପାଇଁ ବଢିଲା ବୋଝ । ବଢିଲା କମର୍ସିଆଲ ଗ୍ୟାସ୍ ଦର । ୧୯ କେଜି ସିଲିଣ୍ଡର ୨୦୯ ଟଙ୍କା ମହଙ୍ଗା ହୋଇଛି । ନୂଆ ଦର ଆଜିଠାରୁ ଲାଗୁ ହୋଇଛି । ନୂଆ ଦର ଲାଗୁ ହେବା ପରେ ରାଜଧାନୀ ଦିଲ୍ଲୀରେ ଦର ୧୭୩୧ ଟଙ୍କା ୫୦ ପଇସା ହୋଇଛି । ଏହା ପୂର୍ବରୁ ଗତ ସେପ୍ଟେମ୍ବର ୧ ରେ କମର୍ସିଆଲ ଗ୍ୟାସ୍ ଦର ୧୫୭ ଟଙ୍କାକୁ ଖସିଥିଲା । ଅକ୍ଟୋବର ମାସ ଆରମ୍ଭରୁ ଅନେକ ସରକାରୀ ଓ ଅନ୍ୟାନ୍ୟ ନିୟମ ବଦଳିବ । ଏହାର ପ୍ରଭାବ ଲୋକଙ୍କ ଉପରେ ପଡ଼ିବ ।  ଶିକ୍ଷାନୁଷ୍ଠାନରେ ନାମଲେଖା, ଡ୍ରାଇଭିଂ ଲାଇସେନ୍ସ ପାଇଁ ଜନ୍ମ ପ୍ରମାଣ ପତ୍ର ଆବଶ୍ୟକ ପଡିବା ନେଇ ସୂଚନା ରହିଛି ।