‘ମହାରାଷ୍ଟ୍ରରେ ନିମ୍ନ ସ୍ତରର ରାଜନୀତି’

ସିନ୍ଦେଙ୍କୁ ପଦ ଛାଡିବାକୁ କୁହାଯାଇଛି: ଆଦିତ୍ୟ ଠାକରେ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି ବୋଲି ଆଦିତ୍ୟ ଠାକରେ  ଦାବି କରିଛନ୍ତି । ଶିବସେନା ନେତା ଆଦିତ୍ୟ ଠାକରେ କହିଛନ୍ତି, ଏନ୍‌ସିପି ନେତା ଅଜିତ ପାୱାର ସାମିଲ ହେବା ପରେ ମହାରାଷ୍ଟ୍ର ସରକାରରେ ପରିବର୍ତ୍ତନ ନେଇ ସଙ୍କେତ ମିଳିଛି । ମୁଁ ତ ଏହା ବି ଶୁଣିବାକୁ ପାଇଛି ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦାଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଛି । ଏହାସହ ସେ କହିଛନ୍ତି, ମହାରାଷ୍ଟ୍ରରେ ଏବେ ଅତି ନିମ୍ନ ସ୍ତରର ରାଜନୀତି ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଚୌକି ବିପଦରେ ରହିଛି । ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇପାରୁ ନାହିଁ। ଏବେ ସେହି ଧୋକାବାଜମାନଙ୍କର କ’ଣ ହେବ, ଯେଉଁମାନେ ଲୋଭରେ ବର୍ଷେ ତଳେ ସେମାନଙ୍କ ମନ୍ତ୍ରୀ ପଦ ଛାଡ଼ି ଦେଇଥିଲେ? ମହା ବିକାଶ ଅଘାଡ଼ି ବୈଠକରେ ନିଷ୍ପତ୍ତି ହୋଇଛି ଯେ ଆମେ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଏହି ସରକାର ବିରୋଧରେ ଲଢ଼େଇ କରିବୁ। ଏହି ସରକାରରେ ଯେଉଁମାନେ ସାମିଲ ଅଛନ୍ତି, ସେମାନେ ସମସ୍ତେ ନିଜ ସ୍ୱାର୍ଥ ପାଇଁ ଅଛନ୍ତି। ସେମାନେ କେବଳ ଦଳ ଭାଙ୍ଗିବା କାର୍ଯ୍ୟ କରୁଛନ୍ତି।