ଲକ୍ଷ୍ୟସ୍ଥଳ ଏବେ ନିକଟତର

ସଫଳତାର ଗୋଟିଏ ପାଦ ପଛରେ ଚନ୍ଦ୍ରଯାନ-୩

ଚନ୍ଦ୍ରଯାନ-୩ର କକ୍ଷପଥ ପରିବର୍ତ୍ତନ କରାଯାଇଛି। ଏହା ପୂର୍ବରୁ ମହାକାଶଯାନଟି ଏକ ଅଣ୍ଡାକାର କକ୍ଷପଥରେ ଚନ୍ଦ୍ରର ପରିକ୍ରମା କରୁଥିଲା ଯାହାର ଚନ୍ଦ୍ରଠାରୁ ଦୂରତମ ଦୂରତା ଥିଲା ୧,୪୩୭ କିମି। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ଆଜିର ମାନିଉଭର ପରେ ଚନ୍ଦ୍ରଯାନ-୩ ୧୫୦ କିମି x ୧୭୭ କିମିର ପାଖାପାଖି ବୃତ୍ତାକାର କକ୍ଷପଥ ହାସଲ କରିପାରିଛି ଏବଂ ଏହିଠାରୁ ୧୦୦ କିମି ବୃତ୍ତାକାର କକ୍ଷପଥରେ ପ୍ରବେଶ ପର୍ଯ୍ୟାୟ ଆରମ୍ଭ ହୋଇଛି। ପରବର୍ତ୍ତୀ ମାନିଉଭର ଅଗଷ୍ଟ ୧୬ ସକାଳ ପ୍ରାୟ ସାଢ଼େ ୮ଟା ସମୟରେ କରାଯିବ। ଏହା ଏକ ଜଟିଳ ପର୍ଯ୍ୟାୟ। ଏଥିରେ ସଫଳତା ମିଳିଲେ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଏହାର ନିରାପଦ ସୂକ୍ଷ୍ମ ଅବତରଣ ପାଇଁ ଚେଷ୍ଟା କରାଯିବ।