ଭାରତ ହେଉଛି ଗଣତନ୍ତ୍ରର ଜନନୀ: ରାଷ୍ଟ୍ରପତି
୭୭ତମ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସେ ଅଭିଭାଷଣରେ କହିଛନ୍ତି ପ୍ରତ୍ୟେକ ଭାରତୀୟଙ୍କର ବିଭିନ୍ନ ପରିଚୟ ରହିଛି । କିନ୍ତୁ ‘ଭାରତୀୟ ନାଗରିକ’ ପରିଚୟ ଏସବୁର ଊର୍ଦ୍ଧ୍ବରେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଦେଶର ସତ୍ୟ ଓ ଅହିଂସା ନୀତିକୁ ବିଶ୍ବର ବିଭିନ୍ନ ରାଜନୈତିକ ସଂଗ୍ରାମରେ ସଫଳତାର ସହିତ ଉପଯୋଗ କରାଯାଇଥିବାର ଉଜ୍ଜ୍ବଳ ଉଦାହରଣ ରହିଛି। ପ୍ରାଚୀନ ଯୁଗରୁ ଭାରତର ତୃଣମୂଳ ସ୍ତରରେ ଗାଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ କାର୍ଯ୍ୟ କରି ଆସୁଥିଲେ। କିନ୍ତୁ ଦୀର୍ଘବର୍ଷର ଔପନିବେଶିକ ଶାସନ ସେସବୁକୁ ନଷ୍ଟ କରିଦେଇଛି। ୧୯୪୭ ମସିହା ଅଗଷ୍ଟ ୧୫ରେ ଦେଶ ଏକ ନୂଆ ସକାଳ ଦେଖିଲା। ଆମେ କେବଳ ବିଦେଶୀ ଶାସନରୁ ମୁକ୍ତ ହେଲୁ ନାହିଁ; ଆମର ଭାଗ୍ୟକୁ ପୁନର୍ବାର ଲେଖିବାର ସ୍ବାଧୀନତା ପାଇଲୁ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି।