ପାର୍ଲାମେଣ୍ଟ ସୁରକ୍ଷାରେ ବଡ଼ ପରିବର୍ତ୍ତନ

ଏଣିକି ସଂସଦ ଜଗିବ CISF

ପାର୍ଲାମେଣ୍ଟ ସୁରକ୍ଷାରେ ବଡ଼ ପରିବର୍ତ୍ତନ। ସଂସଦର ଭିତର ଓ ବାହାର ସବୁଠି ସୁରକ୍ଷା ଦାୟିତ୍ୱରେ ରହିବେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆ ସିକ୍ୟୁରିଟି ଫୋର୍ସ । ଆଗରୁ ଦିଲ୍ଲୀ ପୋଲିସ ସଂସଦ ସୁରକ୍ଷା ଦାୟିତ୍ୱରେ ଥିଲା । ତେବେ ସଂସଦରେ ସ୍ମୋକ ଆଟାକ ପରେ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ଏନେଇ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରଣାଳୟ । ସଂସଦର ଭିତର ଓ ବାହାର ସବୁଠି ସୁରକ୍ଷା ଦାୟିତ୍ୱରେ ରହିବେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆ ସିକ୍ୟୁରିଟି ଫୋର୍ସ । ସପ୍ତାହେ ତଳେ ଦର୍ଶକ ଗ୍ୟାଲେରିରୁ ଡେଇଁ ଦୁଇ ଜଣ ଲୋକସଭାରେ ସ୍ମୋକ ଆଟାକ କରିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ଘଟଣାରେ ଦିଲ୍ଲୀ ପୋଲିସ ୬ ଜଣଙ୍କୁ ଗିରଫ କରିଥିବା ବେଳେ କର୍ଣ୍ଣାଟକରୁ ଜଣଙ୍କୁ ଉଠାଇ ନେଇଛି । ୧୩ ତାରିଖରେ ଲୋକସଭା ଅଧିବେଶନ ଚାଲିଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ସଂସଦ ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି ଦେଖାଦେଇଥିଲା ।