ଇନିସପେକ୍ଟର ଫେଡ୍ରିକ୍ସଙ୍କ ପରଲୋକ

ପରଲୋକରେ ସିଆଇଡିର ଫେଡ୍ରିକ୍ସ

ଇନିସପେକ୍ଟର ଫେଡ୍ରିକ୍ସଙ୍କ ପରଲୋକ, ଟିଭି ଜଗତରେ ଶୋକର ଛାୟା । ବରିଷ୍ଠ ଅଭିନେତା ଦିନେଶ ଫଡନିସଙ୍କ ପରଲୋକ ହୋଇଛି । ସୋନୀ ଟିଭିରେ ପ୍ରସାରିତ ଲୋକପ୍ରିୟ କ୍ରାଇମ ଶୋ ‘ସିଆଇଡି ’ର ଏକ ଚରିତ୍ର ହେଉଛି ଫେଡ୍ରିକ୍ସ। ଏହି ଚରିତ୍ରରେ ଅଭିନୟ କରୁଥିଲେ ଅଭିନେତା ଦିନେଶ ଫଡନିସ । ଗତକାଲି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୭ ବର୍ଷ ବୟସ ହୋଇଥିଲା । ମଲ୍ଟିପଲ ଅର୍ଗାନ ଫେଲୟୋର ପାଇଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଦିନେଶଙ୍କର ଲିଭର, ହାର୍ଟ, କିଡନୀରେ ସମସ୍ୟା ଥିଲା । ବହୁ ଦିନ ଧରି ଦିନେଶ ଅସୁସ୍ଥ ଥିଲେ । ଗତକାଲି ବିଳମ୍ବିତ ରାତି ୧୨ଟା ୮ ମିନିଟରେ ତାଙ୍କ ମୃତ୍ୟୁ ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପପୁଲାର ଟିଭି ସୋ ସିଆଇଡିରେ ତାଙ୍କ ଅଭିନୟ ପାଇଁ ବେଶ୍ ଜଣାଶୁଣା ଥିଲେ ଦିନେଶ । ବହୁ ବର୍ଷ ଧରି ସିଆଇଡିର ଫେଡ୍ରିକ୍ସ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ । ଅଭିନେତା ଦିନେଶଙ୍କ ମୃତ୍ୟୁ ଖବର ପରେ ପୁରା ଟିଭି ଜଗତରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।