ଚନ୍ଦ୍ରଯାନ ୩ର ଫଟୋ ପଠାଇଲା ଚନ୍ଦ୍ରଯାନ-୨

ଏବେ ବି କାମ କରୁଛି ଚନ୍ଦ୍ରଯାନ-୨ର ଅର୍ବିଟର

ସଫଳତାକୁ ଛୁଇଁବାରେ ମାତ୍ର ଗୋଟିଏ ପଦା ପଛରେ ରହିଥିଲା ଚନ୍ଦ୍ରଯାନ-୨ । ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏବେ ବି ଚନ୍ଦ୍ରପୃଷ୍ଠରେ କାମ କରିଛି ଚନ୍ଦ୍ରଯାନ-୨ର ଅର୍ବିଟର । ଚନ୍ଦ୍ରଯାନ-3ର ଲ୍ୟାଣ୍ଡର ବିକ୍ରମ ଜହ୍ନ ମାମୁ ଆଡ଼କୁ ଯାଉଥିବା ବେଳେ ଚନ୍ଦ୍ରଯାନ ୨ ହିଁ ଏହାକୁ ପ୍ରଥମେ ସ୍ୱାଗତ କରିଥିଲା । ଏବେ ଚନ୍ଦ୍ରଯାନ-୨ ଅର୍ବିଟର୍‌ରେ ଲାଗିଥିବା ଡିଏଫଏସଏଆର ବା Dual-Frequency Synthetic Aperture Radar ଲ୍ୟାଣ୍ଡର ବିକ୍ରମର ଫଟୋ ଉଠାଇଛି। ଏହାକୁ ଇସ୍ରୋ ପକ୍ଷରୁ ଆଜି ଏକ୍ସ ମାଧ୍ୟମରେ ଫଟୋ ଦ୍ବାରା ସେୟାର କରାଯାଇଛି। ଚନ୍ଦ୍ରଯାନ-୨କୁ ଜହ୍ନ ଅଭିମୁଖେ ପଠା ଯାଇଥିଲା । ଏହା ୨୦୧୯ ସେପ୍ଟେମ୍ବର ୭ରେ ଲ୍ୟାଣ୍ଡ କରିବାକୁ ଚେଷ୍ଟା କରୁଥିବା ବେଳେ କ୍ରାଶ ହୋଇ ଯାଇଥିଲା । କିନ୍ତୁ ଏହାର ଅର୍ବିଟର ଏବେ ବି କାର୍ଯ୍ୟକ୍ଷମ ରହିଛି । କ୍ରାଶ ଲ୍ୟାଣ୍ଡିଂ ହୋଇଥିଲେ ହେଁ ଡିଏଫଏସଏଆର ସେବେଠାରୁ ଲୁନାର ସରଫେସ ସମ୍ପର୍କରେ ହାଇକ୍ୱାଲିଟି ତଥ୍ୟ ଦେବାରେ ଲାଗିଛି। ଏହିକ୍ରମରେ ସେପ୍ଟେମ୍ବର ୬ରେ ମଧ୍ୟ ଡିଏଫଏସଏଆର ଲ୍ୟାଣ୍ଡର ବିକ୍ରମର ଫଟୋ ଉଠାଇଥିଲା ।