ଏଥର ପଠାଇଲା ଉଭୟ ପୃଥିବୀ ଓ ଜହ୍ନର ଫୋଟୋ
ଧୀରେଧୀରେ ସଫଳତାର ଗୋଟିଏ ଗୋଟିଏ ପାହାଚ ଚଢି ଆଗକୁ ବଢୁଛି ଚନ୍ଦ୍ରଯାନ। ଏବେ ଚନ୍ଦ୍ରର ଖୁବ ନିକଟରେ ବୁଲିଛି ଚନ୍ଦ୍ରାୟନ-୩। ଆଉ ଏହା ଏବେ ଚନ୍ଦ୍ରର କକ୍ଷପଥରେ ପହଁଚି ଜହ୍ନକୁ ପରିକ୍ରମା କରୁଛି । ସବୁଠୁ ଖୁସିର କଥା କି ଚନ୍ଦ୍ରଯାନର ଲ୍ୟାଣ୍ଡର ଇମେଜର କ୍ୟାମେରା ପଠାଇଛି ଉଭୟ ପୃଥିବୀ ଓ ଚନ୍ଦ୍ରର ଫଟୋ । ଏନେଇ ସୂଚନା ଦେଇଛି ଇସ୍ରୋ। ଏବେ ଚନ୍ଦ୍ରର ତୃତୀୟ କକ୍ଷପଥରେ ରହି ଏହି ଫୋଟୋ ପଠାଇଛି ଚନ୍ଦ୍ରଯାନ-ଥ୍ରି ।
ଇସ୍ରୋର ସୂଚନା ଅନୁସାରେ ଆସନ୍ତା ଅଗଷ୍ଟ ୧୪ ତାରିଖରେ ଚନ୍ଦ୍ରଯାନ ଚନ୍ଦ୍ରର ଚତୁର୍ଥ କକ୍ଷକୁ ଯିବ । ସେହିପରି ୧୬ରେ ୫ମ କକ୍ଷକୁ ଯିବ । ଅଗଷ୍ଟ ୧୭ରେ ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ ଅଲଗା ହେବେ । ଏବଂ ସବୁଠୁ ବଡ କଥା ହେଲା କି ଆସନ୍ତା ୨୩ ତାରିଖରେ ଚନ୍ଦ୍ରଯାନ-ଥ୍ରୀ ଚନ୍ଦ୍ର ପୃଷ୍ଠରେ ସଫଳତାର ସହ ଅବତରଣ କରିବ ବୋଲି ଆଶା ପ୍ରକଟ କରିଛି ଇସ୍ରୋ।