ସଫଳତାର ସହ ଚନ୍ଦ୍ର ଆଡକୁ ଆଗଉଛି ଚନ୍ଦ୍ରଯାନ-3

ଧୀରେଧୀରେ ସଫଳତାର ପାହାଚ ଚଢି ଆଗକୁ ବଢୁଛି ଚନ୍ଦ୍ରାୟନ-3 । ତେବେ ସୂଚନା ଅନୁସାରେ ପ୍ରଥମ କକ୍ଷପଥକୁ ସଫଳତାର ସହିତ ସମାପ୍ତ କରିଛି ଚନ୍ଦ୍ରଯାନ-୩ । ଏହାର ପ୍ରଥମ ଶ୍ରେଣୀ କକ୍ଷ ପରିବର୍ତ୍ତନ କରାଯାଇଛି । ଇସ୍ରୋର ସୂଚନା ଅନୁସାରେ ଏହା ୪୨ ହଜାରରୁ ଅଧିକ କିଲୋମିଟର ଦୂରତାରେ ପୃଥିବୀ ଚାରିପଟେ ଗତି କରୁଛି । ଲଞ୍ଚିଂ ହେବା ପରେ, ଚନ୍ଦ୍ରଯାନ-୩କୁ ୩୬ ହଜାର ୫୦୦ କିଲୋମିଟର ଦୂରରେ ଛଡ଼ାଯାଇଥିଲା । ପୃଥିବୀ ଚାରିପଟେ ପାଞ୍ଚ ଥର ବୁଲିବା ପରେ ଚନ୍ଦ୍ରର କକ୍ଷପଥକୁ ଯିବ ଚନ୍ଦ୍ରଯାନ । ସେଠାରେ ମଧ୍ୟ ପାଞ୍ଚ ଥର ବୁଲିବା ପରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ । ଧିରେ ଧିରେ ଚନ୍ଦ୍ରଯାନର କକ୍ଷପଥକୁ ପରିବର୍ତ୍ତନ କରାଯିବ ।

ଗତ ୧୪ତାରିଖରେ ଶ୍ରୀହରିକୋଟାରୁ ଏହି ମୁନ ମିସନକୁ ଉତକ୍ଷେପଣ କରଯାଇଥିଲା । ସଫଳତାର ସହ ଏହା ବର୍ତ୍ତମାନ ପୃଥିବୀ ଚାରିପଟେ ଭ୍ରମଣ କରୁଛି ଅଊ ସବୁକିଛି ଠିକ୍ ରହିଲେ ଏହା ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୭ରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଚନ୍ଦ୍ରଯାନର ଗତି କମ୍ କରିବାକୁ କମାଣ୍ଡ ଦିଆଯିବା ପରେ ଆରମ୍ଭ ହେବ ଲ୍ୟାଣ୍ଡିଂ ପ୍ରକ୍ରିୟା । GSLV-3 ରକେଟରେ ୩ ଲକ୍ଷ ୮୪ କିମିର ଲମ୍ବା ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ-୩ । ତେବେ ବର୍ତ୍ତମାନ ଯାଏଁ ମିସନର ସମସ୍ତ ପ୍ରକ୍ରିୟା ସଠିକ ଥିବାରୁ ସଭିଙ୍କ ଆଶା କି ଏହି ମିସନ ସଫଳ ହେବ , ତେବେ ଲ୍ୟାଣ୍ଡିଂ ପ୍ରକ୍ରିୟାଟି ଏହି ମିସନର ଗୁରୁତ୍ଵପୂର୍ଣ୍ଣ ଅଂଶ ଯାହା ଏବେ ସଭିଙ୍କ ନଜର ।