ବଢିଲା ଚନ୍ଦ୍ରବାବୁ ନାଇଡୁଙ୍କ ଟେନସନ୍

୨୪ ଯାଏଁ ବଢିଲା ଚନ୍ଦ୍ରବାବୁ ନାଇଡୁଙ୍କ ରିମାଣ୍ଡ

‘ଆଣ୍ଟି-କରପ୍‌ସନ୍‌ ବ୍ୟୁରୋ’ ବା ଏସିବି ଅଦାଲତ ‘ତେଲୁଗୁ ଦେଶମ୍‌ ପାର୍ଟି’ର ମୁଖ୍ୟ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ‘ଜୁଡିସିଆଲ୍‌ ରିମାଣ୍ଡ୍‌’ ଅବଧିକୁ ବୃଦ୍ଧି କରିଛନ୍ତି । ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଏହି ଅବଧି ବୃଦ୍ଧି  ହୋଇଛି । ସେପଟେ, ରାଜ୍ୟ ବିଧାନସଭା ଅଧିବେଶନରେ ବ୍ୟାଘାତ ସୃଷ୍ଟି କରି ତାଙ୍କ ଦଳ ପ୍ରତିବାଦ ଆରମ୍ଭ କରିବାରୁ ବିଧାନସଭା ମୁଲତବି ରଖାଯାଇଛି । ବହୁକୋଟି ଟଙ୍କାର ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ ଦୁର୍ନୀତିରେ ସମ୍ପୃକ୍ତି ଥିବାରୁ ନାଇଡୁଙ୍କୁ ଗିରଫ କରାଯାଇ ଜେଲ୍‌ରେ ରଖାଯାଇଥିଲା । ଆଜି ସେ ରିମାଣ୍ଡ ଶୁଣାଣି ନିମନ୍ତେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟରେ ହାଜର ହୋଇଥିଲେ ।