ପ୍ରାଣ ପ୍ରତିଷ୍ଠା ନେଇ ସୂଚନା ଦେଲେ ମହାସଚିବ ଚମ୍ପତ ରାୟ
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ କମିଟି ମହାସଚିବ ଚମ୍ପତ ରାୟ ସୂଚନା ଦେଇଛନ୍ତି । ପ୍ରାଣ ପ୍ରତିଷ୍ଠାର ସମସ୍ତ ପ୍ରକାର ରୀତିନୀତି ନେଇ ଦେଲେ ସୂଚନା । ସେ କହିଛନ୍ତି, ସାଂସ୍କୃତିକ ପରମ୍ପରା ସହ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ । ଆଉ ୭ ଦିନ ବାକି ରହିଲା, ସମସ୍ତ ମନ୍ଦିରରେ ସଫେଇ କରାଯାଉଛି । ସବୁ ମନ୍ଦିରରେ ଶଙ୍ଖଧ୍ୱନି, ଭଜନ କୀର୍ତ୍ତନ କରି ପ୍ରଚାର କରାଯାଉଛି । ଏହାଛଡ଼ା କେଉଁ ରାଜ୍ୟରେ କ’ଣ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ସେ ନେଇ ସୂଚନା ଦେଇଛନ୍ତି ଚମ୍ପତ ରାୟ । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବିଚାରପତି, ବୈଜ୍ଞାନିକ, ସୈନିକ ଓ ଅନ୍ୟାନ୍ୟ ବର୍ଗଙ୍କୁ ନିମନ୍ତ୍ରଣ ଦିଆଯାଇଛି । ୨୨ ତାରିଖ ଅପରାହ୍ନ ୧୨ଟା ୨୦ରୁ ପ୍ରାଣ ପ୍ରତିଷ୍ଠା ଆରମ୍ଭ ହେବ । ଅପରାହ୍ନ ୧ଟା ସୁଦ୍ଧା କାର୍ଯ୍ୟ ସମ୍ପାଦନ ପାଇଁ ସ୍ଥିରୀକୃତ ହୋଇଛି । ଜାନୁଆରୀ ୧୯ରୁ ଲକ୍ଷ୍ନୌରୁ ଅଯୋଧ୍ୟା ହେଲିକପ୍ଟର ସେବା ଚାଲିବ । ଅଯୋଧ୍ୟା ଆଖପାଖର ବିମାନବନ୍ଦର ସହ ମଧ୍ୟ ଆଲୋଚନା ହେବ । ପ୍ରାୟ ୧୦୦ଟି ବିମାନ ଆସିବା ନେଇ ଆମ ପାଖରେ ସୂଚନା ପହଞ୍ଚିଛି । ସ୍ୱତନ୍ତ୍ର ବିମାନ ସହ ନିୟମିତ ବିମାନର ଉଡ଼ାଣ ମଧ୍ୟ ଜାରି ରହିବ । ୫୬ଟି ଦେଶରୁ ଶ୍ରଦ୍ଧାଳୁଙ୍କୁ ଆସିବା ପାଇଁ ନିମନ୍ତ୍ରଣ କରାଯାଇଥିବା କହିଲେ ଚମ୍ପତ ରାୟ ।