ଝାଡ଼ଖଣ୍ଡ ବିଧାନସଭାରେ ଆସ୍ଥା ଭୋଟ ଜିତିଲେ ଚମ୍ପଇ ସୋରେନ

ଆସ୍ଥା ଜିତିଲେ ଚମ୍ପଇ

ଆସ୍ଥା ଜିତିଲେ ଚମ୍ପଇ । ଝାଡ଼ଖଣ୍ଡ ବିଧାନସଭାରେ ଆସ୍ଥା ଭୋଟ ଜିତିଲେ ଚମ୍ପଇ ସୋରେନ । ବିଧାନସଭାରେ ବହୁମତ ପ୍ରମାଣିତ କଲେ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ । ଜେଲରୁ ଆସି ଆସ୍ଥା ଭୋଟରେ ସାମିଲ ହୋଇଛନ୍ତି ହେମନ୍ତ ସୋରେନ । ଚମ୍ପଇଙ୍କୁ ମିଳିଛି ୪୭ ବିଧାୟକଙ୍କ ସମର୍ଥନ ।ବିଧାନସଭାରେ ୮୧ ସଦସ୍ୟ ରହିଛନ୍ତି । ବହୁମତ ପାଇଁ ୪୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଜେଏମଏମ-ଆରଜେଡି ଏବଂ କଂଗ୍ରେସ ପାଖରେ ୪୭ ବିଧାୟକ ରହିଛନ୍ତି । ଏଥିମଧ୍ୟରୁ ୨୯ ବିଧାୟକ ଜେଏମଏମର, ୧୭ ଜଣ କଂଗ୍ରେସର ଏବଂ ଆରଜେଡିର ଜଣେ ବିଧାୟକ ରହିଛନ୍ତି । ବିରୋଧୀ ବିଜେପି ପାଖର ୨୫ ବିଧାୟକ ରହିଥିବା ବେଳେ ଏଜେଏସୟୁ ପାଖରେ ୩ ଏବଂ ଅନ୍ୟାନ୍ୟ ବିଧାୟକ ରହିଛନ୍ତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ନିଜର ଅଭିଭାଷଣ ରଖିଛନ୍ତି । ତାଙ୍କ ସରକାରକୁ ଅସ୍ଥିର କରିବାକୁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି । ଏପରି କହି ରାଜ୍ୟରେ ବିରୋଧୀ ବିଜେପିକୁ ଟାର୍ଗଟ କରିଛନ୍ତି ଚମ୍ପାଇ ସୋରେନ୍ ।