ମାର୍ଚ୍ଚ ପ୍ରଥମ ସପ୍ତାହରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ

ମାର୍ଚ୍ଚ ପ୍ରଥମ ସପ୍ତାହରେ ଲାଗୁ ହେବ CAA

ମାର୍ଚ୍ଚ ପ୍ରଥମ ସପ୍ତାହରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ। ସରକାରୀ ସୂତ୍ର ଅନୁସାରେ, ଆସନ୍ତା ମାସର ପ୍ରଥମ ସପ୍ତାହ କିମ୍ବା ତା ପରେ ଯେ କୌଣସି ଦିନ ଏହା ଦେଶରେ ଲାଗୁ ହୋଇପାରେ। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜାରି ରହିଛି। ତେବେ ଆଗକୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ମାର୍ଚ୍ଚ ମାସର ଦ୍ୱିତୀୟ ସପ୍ତାହରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ଜାରି ରହିଛି। ନିର୍ବାଚନ ତାରିଖ ଘୋଷଣା ହେବା ସହ ସେହିଦିନଠାରୁ ସାରା ଦେଶରେ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାର୍ଚ୍ଚ ପ୍ରଥମ ସପ୍ତାହରେ ହିଁ ଦେଶରେ CAA ଲାଗୁ କରିପାରନ୍ତି ବୋଲି କୁହାଯାଉଛି । ଏନେଇ ସରକାରୀ ସୂତ୍ରରୁ କୁହାଯାଇଛି କି, CAA କାର୍ଯ୍ୟକାରୀ କରିବା ପାଇଁ ଏକ ଉପଯୁକ୍ତ ପୋର୍ଟାଲ ମଧ୍ୟ ପ୍ରସ୍ତୁତ କରାଯାଇଛି। କାହିଁକି ନା CAAର ସମଗ୍ର ପ୍ରକ୍ରିୟା ଅନଲାଇନ୍‌ ମାଧ୍ୟମରେ ହେବ।