ପୂରଣ ହେବ ମହିଳାଙ୍କ ସେନାରେ ନିଯୁକ୍ତି ସ୍ବପ୍ନ
ଆଗକୁ ଆସିପାରେ ମହିଳାଙ୍କ ପାଇଁ ଖୁସି ଖବର । ପୂରଣ ହେବ ମହିଳାଙ୍କ ଭାରତୀୟ ସେନାରେ ଯୋଗ ଦେବାର ସ୍ୱପ୍ନ । କାରଣ ସେନାରେ ମହିଳାଙ୍କ ପାଇଁ ନିଯୁକ୍ତି ସଂଖ୍ୟା ବଢାଇବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ରାଜ୍ୟସଭାରେ ଏନେଇ ସୂଚନା ଦେଇଛନ୍ତି ରାଷ୍ଟ୍ର ରକ୍ଷା ମନ୍ତ୍ରୀ ଅଜୟ ଭଟ୍ଟ । ୨୦୨୨ ଜୁଲାଇରୁ ପୁଣେ ସ୍ଥିତ ରାଷ୍ଟ୍ରିୟ ରକ୍ଷା ଏକାଡେମୀରେ ମହିଳାଙ୍କ ପାଇଁ ୨୦ଟି ଅତିରିକ୍ତ ନିଯୁକ୍ତି ହୋଇଥିବା ମନ୍ତ୍ରୀ କହିଛନ୍ତି । ୨୦୨୩ରେ ସେନାରେ ମହିଳାଙ୍କ ପାଇଁ ୧୦ ପ୍ରତିଶତ ନିଯୁକ୍ତି ବଢିଛି । ଏହାପରେ ପୁଣିଥରେ ନିଯୁକ୍ତି କ୍ଷେତ୍ରରେ ବୃଦ୍ଧି ହେବ । ୨୦୨୩ ଠାରୁ ଯୁଦ୍ଧାସ୍ତ୍ର ଡିପୋର ସୁରକ୍ଷା ସହ ପଶୁ ଚିକିତ୍ସା କୋର ପାଇଁ ମଧ୍ୟ ମହିଳା ଅଧିକାରୀଙ୍କୁ ସାମିଲ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।