ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ

ପାସ୍ ହାର ୮୭.୯୮ ପ୍ରତିଶତ, ପୁଅଙ୍କୁ ପଛରେ ପକାଇଲେ ଝିଅ

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ୮୭.୯୮ ପାରକ୍ଷାର୍ଥୀ ପାସ୍ କରିଛନ୍ତି । ୨୪ ହଜାର ପରୀକ୍ଷାର୍ଥୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ସେହିଭଳି ୧ଲକ୍ଷ ୧୬ ହଜାର ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।ସବୁ ବର୍ଷ ପରି ଏବର୍ଷ ମଧ ଦ୍ୱାଦଶ ପରୀକ୍ଷାରେ ବାଜି ମାରିଛନ୍ତି ଝିଅ । ପରୀକ୍ଷାରେ ଛାତ୍ରୀଙ୍କ ପାସ୍ ହାର ୯୧.୫୨ ପ୍ରତିଶତ ରହିଛି । ସେହିଭଳି ଛାତ୍ରଙ୍କ ପାସ୍ ହାର ରହିଛି ୮୫. ୧୨ ପ୍ରତିଶତ ରହିଛି । ଉଈଝଋ ଦ୍ୱାଦଶ ପରୀକ୍ଷା ପାଇଁ ଚଳିତବର୍ଷ ୧୬ ଲକ୍ଷ ୩୩ ହଜାର ୭୩୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ସେଥିମଧ୍ୟରୁ ପ୍ରାୟ ୧୬ ଲକ୍ଷ ୨୨ ହଜାର ୨୨୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୪ ଲକ୍ଷ ୨୬ ହଜାର ୪୨୦ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପାସ ହାର ୦.୬୫ ପ୍ରତିଶତ ବୃଦ୍ଧି ପାଇଛି । ଉଈଝଋ ଦ୍ୱାଦଶ ଫଳାଫଳରେ କେରଳ ଆଗରେ ରହିଛି। ତ୍ରିଭେନ୍ଦ୍ରମରେ ୯୯.୯୧ % ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପାସ୍ ତାଲିକାରେ ବିଜୟୱାଡା ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ପାସ୍ ହାର ୯୯.୦୪% ଅଛି। ସେହିପରି ଚେନ୍ନାଇ ତୃତୀୟ ସ୍ଥାନରେ ଥିବାବେଳେ ଏହାର ପାସ୍ ହାର ୯୮.୪୭% ରିହିଛି। ତା’ପଛକୁ ରହିଛି ବେଙ୍ଗାଲୁରୁ। ଏଠାରେ ପାସ୍‌ ହାର ୯୬.୯୫% ଏବଂ ପଶ୍ଚିମ ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ପାସ୍ ହାର ୯୫.୬୪% ରହିଛି।