ଷ୍ଟିଙ୍ଗ୍ ଅପରେସନ୍ ମାମଲାରେ କେରଳ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଷ୍ଟିଙ୍ଗ୍ ଅପରେସନ ମାମଲା, ଗଣମାଧ୍ୟମ ବିରୋଧରେ ଦାଏର କରାଯାଇପାରିବ ନାହିଁ ମକଦ୍ଦମା

ଷ୍ଟିଙ୍ଗ୍ ଅପରେସନ୍ ମାମଲାରେ କେରଳ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୋର୍ଟ କହିଛନ୍ତି, ମିଡିଆ ବିରୋଧରେ ମକଦ୍ଦମା ଦାଏର କରାଯାଇ ପାରିବ ନାହିଁ । ରାୟରେ କେରଳ ହାଇକୋର୍ଟ ଏକ ଷ୍ଟିଙ୍ଗ୍ ଅପରେସନ୍ କରିଥିବା ଦୁଇଜଣ ଟିଭି ସାମ୍ବାଦିକଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅପରାଧିକ ମାମଲାକୁ ବନ୍ଦ କରିଦେଇଛନ୍ତି। ଏହା ସହିତ କୋର୍ଟ କହିଛନ୍ତି ଯେ, ଏକ ସୁସ୍ଥ ଗଣତନ୍ତ୍ର ପାଇଁ ମିଡିଆ ରହିବା ଆବଶ୍ୟକ । ଆମେ ତାଙ୍କ ବିରୋଧରେ ଏଭଳି ମାମଲା ଦାୟର କରିପାରିବୁ ନାହିଁ। ଏହି ମାମଲା ସମ୍ବେଦନଶୀଳ ସୌର ସ୍କାମ ସହିତ ଜଡିତ। ଜଷ୍ଟିସ୍ ପି.ଭି କୁହ୍ନିକ୍ରିଷ୍ଣନ୍ ଏହି ମାମଲା ଉପରେ ମନ୍ତବ୍ୟ ଦେଇ କହିଛନ୍ତି ସରକାରଙ୍କ କାର୍ୟ୍ୟକଳାପ ବିଷୟରେ ରିପୋର୍ଟ କରିବା କିମ୍ବା ଷ୍ଟିଙ୍ଗ୍ ଅପରେସନ୍ କରିବା ବେଳେ ପ୍ରେସ୍ ବେଳେବେଳେ ଆଇନଗତ ସୀମାକୁ ଅସ୍ପଷ୍ଟ କରିପାରେ। ଏହା ସେମାନଙ୍କର କାର୍ୟ୍ୟର ଏକ ଅଂଶ କାରଣ ଜନସାଧାରଣଙ୍କୁ ସଠିକ୍ ସୂଚନା ପ୍ରଦାନ କରିବା ସେମାନଙ୍କର କର୍ତ୍ତବ୍ୟ ଏବଂ ଏହା ସଚ୍ଚୋଟ ଭାବରେ ପୂରଣ ହେବା ଉଚିତ୍। ଏଥିରେ ବାଧା ସୃଷ୍ଟି କରିବା ଉଚିତ୍ ନୁହେଁ ବୋଲି କୋର୍ଟ କହିଛନ୍ତି ।

Leave a Reply

Your email address will not be published. Required fields are marked *