ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳରେ ହୋଇଛି ଦାୟିତ୍ଵ ବଣ୍ଟା। ନୂଆମନ୍ତ୍ରୀଙ୍କୁ ମିଳିଛି ନୂଆ ଦାୟିତ୍ୱ । ଅଜିତ ପାୱାର ଦାଦା ଶରତଙ୍କ ହାତ ଛାଡ଼ି ବିଜେପିରେ ମିଶିବା ପରେ ଏହି ଦାୟିତ୍ଵ ବଣ୍ଟା ଦେଖିବାକୁ ମିଳିଛି। ତେବେ ଅଜିତଙ୍କୁ ମିଳିଛି ବଡ଼ ଦାୟିତ୍ଵ। ତାହା ପୁଣି ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ । ତେବେ ପୂର୍ବରୁ ମହାରାଷ୍ଟ୍ର କ୍ୟାବିନେଟରେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଅଜିତ୍ ।
ଆଜି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ତଥା ଦାୟିତ୍ଵ ବଣ୍ଟନରେ ଅଜିତ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଅର୍ଥ ବିଭାଗକୁ ହାତକୁ ନେଇଥିବା ବେଳେ ବାକି ୮ ଏନସିପିି ବିଧାୟକଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିଛି । ଅଜିତଙ୍କ ଘନିଷ୍ଠ ସହଯୋଗୀ ଛଗନ ଭୁଜବଳ ଖାଦ୍ୟ ଯୋଗାଣ ଏବଂ ଖାଉଟି ସୁରକ୍ଷା ବିଭାଗ ମିଳିଛି । ତେବେ ମହାରାଷ୍ଟ୍ର ସରକାରର ମୋଟ ୨୯ ମନ୍ତ୍ରୀଙ୍କ ମଧ୍ୟରୁ ୯ ଜଣ ଏନସିପି ମନ୍ତ୍ରୀ ଅଛନ୍ତି ।
ହେଲେ ମହାରାଷ୍ଟ୍ରର ଏହି ମନ୍ତ୍ରୀମଣ୍ଡଳର ସଂପ୍ରସାରଣରେ ବିଜେପିର ଅନେକ ବିଧାୟକ ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଛି। କୁହାଯାଉଛି ଅସନ୍ତୁଷ୍ଟଙ୍କ ସଂଖ୍ୟା ଏତେ ଅଧିକ ଯେ ପୁନଃ ସମ୍ପ୍ରସାରଣ ହେବା ନେଇ ଚର୍ଚ୍ଚା ଜୋର ଧରୁଛ । ତେବେ ଆଗାମୀ ଦିନରେ ମହାରାଷ୍ଟ୍ର ରାଜନୀତି କେଉଁ ଆଡ଼କୁ ଯାଉଛି ତାହା ଦେଖିବାକୁ ବାକି ରହିଲା।