ଉତ୍ତରପ୍ରଦେଶର ଉନ୍ନାବରେ ଭୟଙ୍କର ସଡ଼କ ଦୁର୍ଘଟଣା

ବସ୍ ଦୁର୍ଘଟଣା, ୧୮ ମୃତ

ଉତ୍ତରପ୍ରଦେଶର ଉନ୍ନାବରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ୟାଙ୍କର ଓ ବସ୍‌ ମଧ୍ୟରେ ଧକ୍କା ହେବାରୁ ବସ୍‌ଟି ବହୁ ଥର ଓଲଟିବା ସହ ଦୁଇ ଫାଳ ହୋଇ ଯାଇଛି। ଏହି ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି । ବସ୍‌ଟି ବିହାରର ସୀତାମଡ଼ିରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା। ଆଜି ଭୋର ପ୍ରାୟ ୪ଟା ପରେ ବସ୍‌ଟି ଉନ୍ନାବର ଗଢ଼ାଗାଁ ନିକଟରେ ଏକ କ୍ଷୀର ବୋଝେଇ ଟ୍ୟାଙ୍କର ବସ୍‌କୁ ଓଭରଟେକ୍‌ କରିଥିଲା। ଏହି ସମୟରେ ଟ୍ୟାଙ୍କର ଓ ବସ୍‌ ମଧ୍ୟରେ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍‌ଟି ରାସ୍ତାରେ ବହୁ ଥର ଓଲଟିବା ସହ ଦୁଇ ଫାଳ ହୋଇ ଯାଇଥିଲା । ଖବର ପାଇ ତୁରନ୍ତ ଜିଲ୍ଲାପାଳ ଓ ଏସ୍‌ପି ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ବସ୍‌ରୁ ତୁରନ୍ତ ସମସ୍ତଙ୍କୁ ବାହାର କରି ମେଡିକାଲ ପଠାଯାଇଥିଲା। ସେଠାରେ ଡାକ୍ତର ୧୮ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାରେ ପ୍ରାୟ ୩୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଲକ୍ଷ୍ନୌ ରେଫର କରି ଦିଆଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି।