ନଦୀରେ ଫସିଲା ଭାରତରୁ ନେପାଳକୁ ଯାଉଥିବା ବସ୍

ଭରା ନଦୀରେ ଫସିଲା ଯାତ୍ରୀବାହୀ ବସ୍

ଭରା ନଦୀରେ ଫସିଲା ଭାରତରୁ ନେପାଳକୁ ଯାଉଥିବା ବସ୍ | ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସୀମାରେ ଥିବା କୋତୱାଲି ନଦୀରେ ବସ୍ ଟି ଫସିଯାଇଥିଲା | ବସରେ ୫୩ ଜଣ ଯାତ୍ରୀ ଥିଲେ | ମୈତ୍ରୀ ବସ୍ ନାମରେ ଜଣାଶୁଣା ଏହି ବସରେ ଅଧିକାଂଶ ନେପାଳ ନାଗରିକ ଯାତ୍ରା କରୁଥିଲେ | ତେବେ ସୌଭାଗ୍ୟବଶତଃ ଜେସିବି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ପାଣିରେ ଅଟକି ରହିଥିବା ବସକୁ ଉଦ୍ଧାର କରାଯାଇଥିବାବେଳେ ଯାତ୍ରୀଙ୍କୁ ଏସଡ଼ିଆରଏଫ ଏବଂ ପୋଲିସ୍ ଟିମ୍ ଉଦ୍ଧାର କରିଥିଲେ | ତେବେ ପୂର୍ବରୁ ତ୍ତରାଖଣ୍ଡର ହରିଦ୍ୱାର ଏବଂ ଉତ୍ତରପ୍ରଦେଶର ବିଜନୋର ଜିଲ୍ଲାରେ ଥିବା କୋତୱାଲୀ ନଦୀ ସେତୁ ପୂର୍ବରୁ ଭାଙ୍ଗିଯାଇଥିଲା | ଫଳରେ ଏହି ଏହି ରାସ୍ତା ଦେଇ ବସଟି ଯାଉଥିଲା । ହଠାତ୍ ପାଣି ଆସିବାରୁ ବସ୍ ଅଟକି ଯାଇଥିଲା । ସୂଚନା ପାଇବା ମାତ୍ରେ ପୋଲିସ ସହିତ ଏସଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ନଦୀରେ ପ୍ରବଳ ଜଳ ପ୍ରବାହିତ ହେଉଥିବାରୁ ଜେସିବି ଦ୍ୱାରା ବସକୁ ଟାଣିକି ଅଣାଯାଇଥିଲା | ତେବେ ଗତ ଏକ ମାସ ମଧ୍ୟରେ କୋତୱାଲୀ ନଦୀରେ ବସଟି ଅଟକି ରହିବାର ଏହା ହେଉଛି ଦ୍ୱିତୀୟ ଘଟଣା।