ଜାନୁଆରୀ ୩୧ରୁ ସଂସଦ ବଜେଟ ଅଧିବେଶନ

ଫେବ୍ରୁଆରୀ ୧ରେ ଅନ୍ତରୀଣ ବଜେଟ

ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦ ବଜେଟ ଅଧିବେଶନ । ଫେବ୍ରୁଆରୀ ୯ଯାଏଁ ଚାଲିବ, ଫେବ୍ରୁଆରୀ ୧ରେ ଆଗତ ହେବ ଅନ୍ତରୀଣ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କାମଚଳା ବଜେଟ ଉପସ୍ଥାପନ କରିବେ । ବଜେଟ୍ ଅଧିବେଶନର ପ୍ରଥମ ଦିନ ଜାନୁଆରୀ ୩୧ରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ବଜେଟରେ ଆଖିଦୃଶିଆ ଯୋଜନା ଆଣିପାରନ୍ତି କେନ୍ଦ୍ର ସରକାର । ତେବେ ଏଥର ବଜେଟରେ ମହିଳା ଓ ଚାଷୀଙ୍କୁ ଫୋକସ୍ କରାଯାଇପାରେ ବୋଲି ସୂଚନା ମିଳିଛଇ । ଏପରିକି ମୋଦୀ ସରକାର ଚାଷୀଙ୍କୁ ମିଳୁଥିବା କିଷାନ ସମ୍ମାନ ନିଧି ଯୋଜନାର ଟଙ୍କାକୁ ଦ୍ୱିଗୁଣା କରିପାରେ