” ନେତାଙ୍କ MMS କରୁଛି ବିଜେପି ” !
ନେତାଙ୍କୁ ଫସାଇବାକୁ ବିଜେପି କରୁଛି ବଡ ଚାଲ୍ ! ନେତାଙ୍କ ଏମଏମଏସ କରୁଛି ବିଜେପି ! ଏକଥା ଆମେ କହୁନୁ ବରଂ ଏପରି କିଛି ଅଭିଯୋଗ ଆଣିଛନ୍ତି ଭିଲାଇର କଂଗ୍ରେସ ନେତା । ଆଉ କାନ୍ଦିକାନ୍ଦି ନିଜର ମତ ରଖିଛନ୍ତି ସେ । ସୂଚନା ଅନୁସାରେ ଛତିଶଗଡ଼ରେ ଆଜି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । କିନ୍ତୁ ଏହା ପୂର୍ବରୁ ଭିଲାଇ ବିଧାନସଭା ଆସନ ନିମନ୍ତେ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଯାଦବଙ୍କ ନାଁରେ ଘୁରି ବୁଲୁଛି ଏମଏମଏସ୍। ନିଜ ନାଁରେ ଘୁରି ବୁଲୁଥିବା ଏମଏମଏସ୍କୁ ସମ୍ପୂର୍ଣ୍ଣ ଫେକ୍ ବୋଲି କହିବା ସହ ଏହା ବିଜେପିର ଚାଲ୍ ବୋଲି ଅଭିଯୋଗ କରିଛନ୍ତି ସେ।
ଏଥିଯୋଗୁ ବ୍ୟକ୍ତିଗତ ଜୀବନରେ ଝଡ଼ ସୃଷ୍ଟି ହୋଇଥିବା ବେଳେ ଭାବମୂର୍ତ୍ତିରେ ଆଞ୍ଚ ଆସିଥିବା ଅଭିଯୋଗ କରି ସାମ୍ବାଦିକ ସମ୍ମିଳନୀରେ ଦେବେନ୍ଦ୍ର ଯାଦବ କାନ୍ଦିକାନ୍ଦି ନିଜର ମତ ରଖିଥିବା ଦେଖିବାକୁ ମିଳିଛି । ନିର୍ବାଚନର ପ୍ରାୟ ୧୫ ଦିନ ପୂର୍ବରୁ ଦେବେନ୍ଦ୍ର ଯାଦବଙ୍କ ନାଁରେ ୫ ସେକେଣ୍ଡର ଏକ ଏମଏମଏସ ଭାଇରାଲ ହୋଇଥିଲା। ଏହାଦ୍ୱାରା ତାଙ୍କ ଭାବମୂର୍ତ୍ତି ପ୍ରତି ଆଞ୍ଚ ଆସିଥିବା ସେ କହିଛନ୍ତି। ତେବେ ଦେବେନ୍ଦ୍ର ଏପରି ସାଂଘାତିକ ଅଭିଯୋଗ ଆଣୁଥିବା ବେଳେ ବିଜେପିର କୌଣସି ପ୍ରତିକ୍ରିୟା ମିଳିନଥିବା ଦେଖିବାକୁ ମିଳିଛି ।