ଆସିଲା ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଦ୍ୱିତୀୟ ପର୍ଯ୍ୟାୟରେ ୭୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

ଆସିଲା ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୭୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି। ଦ୍ୱିତୀୟ ପର୍ଯ୍ୟାୟରେ କର୍ଣ୍ଣାଟକ ଓ ମହାରାଷ୍ଟ୍ରର ସର୍ବାଧିକ ୨୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ମଧ୍ୟପ୍ରେଦଶରୁ ୫, ତେଲେଙ୍ଗାନାରୁ ୬, ହରିୟାଣାର ୬ ପ୍ରାର୍ଥୀଙ୍କୁ ଟିକେଟ ମିଳିଛି । ଗୁଜରାଟରୁ ୭, ଦିଲ୍ଲୀରୁ ୨, ହିମାଚଳରୁ ୨ ଜଣଙ୍କୁ ଟିକେଟ ।

ଉତ୍ତରାଖଣ୍ଡରୁ ୨, ତ୍ରିପୁରାରୁ ଜଣେ ଜାମନଡ୍ୟୁରୁ ଜଣେ ନେତାଙ୍କୁ ମିଳିଛି ଟିକେଟ । ଏହି ତାଲିକାରେ ଅନେକ ବିଜେପିର ଅନେକ ହେଭିୱେଟ ଓ କେନ୍ଦ୍ରମନ୍ତ୍ରୀଙ୍କ ନାଁ ରହିଛି। ନାଗପୁରରୁ ନିର୍ବାଚନ ଲଢିବେ ନୀତିଶ ଗଡକରୀ, କର୍ଣ୍ଣାଲରୁ ନିର୍ବାଚନ ଲଢିବେ ମନୋହର ଲାଲ ଖଟ୍ଟର । ଖଟ୍ଟର କାଲି ହରିୟାଣା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ପୂର୍ବ ଦିଲ୍ଲୀରୁ ହର୍ଷ ମାଲହୋତ୍ରାଙ୍କୁ ମିଳିଛି ଟିକେଟ । ଉତ୍ତର ମୁମ୍ବାଇରୁ ପିୟୁଷ ଗୋଏଲ । ପଙ୍କଜା ମୁଣ୍ଡେ ବିଡରୁ, ବାସଭରାଜ ବୋମାଇ ହାଭେରୀରୁ ପ୍ରାର୍ଥୀ ହୋଇଛନ୍ତି । ତେବେ ସବୁଠୁ ବଡ଼ କଥା ହେଉଛି ଦ୍ୱିତୀୟ ପଯ୍ୟାୟ ତାଲିକାରେ ବି ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି ବିଜେପି ।