୭ଟି ରାଜ୍ୟର ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

୭ରାଜ୍ୟ ପାଇଁ ବିଜେପିର ୧୪ ପ୍ରାର୍ଥୀ ଘୋଷଣା

ପାଖେଇ ଆସୁଛି ରାଜ୍ୟସଭା ନିର୍ବାଚନ। ତା’ ପୂର୍ବରୁ ଗୋଟି ଗୋଟି କରି ବିଭିନ୍ନ ରାଜ୍ୟରେ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରୁଛି ବିଜେପି। ରବିବାର ୭ଟି ରାଜ୍ୟର ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା4 କରିଛି ଦଳ। ବିହାର, ଛତିଶଗଡ଼, ହରିୟାଣା, ୟୁପି, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ୭ ରାଜ୍ୟ ପାଇଁ ୧୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ଏଥିରେ କିଛି ହେଭିୱେଟ୍‌ ମଧ୍ୟ ରହିଛନ୍ତି। ଏଥର ସୁଶୀଲ ମୋଦିଙ୍କୁ ଟିକେଟ ମିଳିନାହିଁ। ଉତ୍ତର ପ୍ରଦେଶ ପକ୍ଷରୁ ଆରପିଏନ ସିଂ, ଚୌଧୁରୀ ତେଜବୀର ସିଂ, ସାଧନା ସିଂ, ଅମରପାଲ ମୌର୍ଯ୍ୟ, ସଂଗୀତା ବଲୱନ୍ତ, ନବୀନ ଜୈନ ଏବଂ ସୁଧାଂଶୁ ତ୍ରିବେଦୀଙ୍କୁ ଟିକେଟ ଦିଆଯାଇଛି। ପ୍ରଦେଶ ଅଧ୍ୟକ୍ଷ ମହେନ୍ଦ୍ର ଭଟ୍ଟଙ୍କ ନାମ ଘୋଷଣା କରାଯାଇଛି। ଯେଉଁଠି ବିହାରରୁ ଧର୍ମଶିଳା ଗୁପ୍ତା ଏବଂ ଭୀମ ସିଂଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଛି। ଏଥର ସୁଶୀଲ କୁମାର ମୋଦିଙ୍କ କାର୍ଡ ସଫା ହୋଇଯାଇଛି।ଧର୍ମଶାଳା ଗୁପ୍ତା ବିହାର ଭାଜପା ମହିଳା ମୋର୍ଚ୍ଚାର ସଭାପତି। ଭୀମ ସିଂ ବର୍ତ୍ତମାନ ବିହାର ରାଜ୍ୟର ମୁଖପାତ୍ର ଏବଂ ବିହାର ଭାଜପାର ରାଜ୍ୟ ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି। ପଶ୍ଚିମବଙ୍ଗରେ ସାମିକ ଭଟ୍ଟାଚାର୍ଯ୍ୟ ଏବଂ ଛତିଶଗଡ଼ରେ ରାଜା ଦେବେନ୍ଦ୍ର ପ୍ରତାପ ସିଂଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରିଛନ୍ତି। ଭାଜପା ହରିୟାଣାର ସୁଭାଷ ବରାଲା ଏବଂ କର୍ନାଟକର ନାରାୟଣ କୃଷ୍ଣାସା ଭାଣ୍ଡଗେଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ମନୋନୀତ କରିଛି। ଆସନ୍ତା ୨୭ ତାରିଖରେ ୧୫ ରାଜ୍ୟର ୫୬ ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ ହେବ।