ବଣ୍ଡ ଜରିଆରେ ବିଜେପିକୁ ମିଳିଛି ୬,୫୬୬ କୋଟି
ସାର୍ବଜନୀନ ହେଲା ନିର୍ବାଚନୀ ବଣ୍ଡ । ବଣ୍ଡ ଜରିଆରେ କେଉଁ ଦଳକୁ ମିଳିଛି କେତେ ଟଙ୍କା । ସମସ୍ତ ତଥ୍ୟ ନିର୍ବାଚନ କମିଶନ ନିଜ ୱେବସାଇଟରେ ଅପଲୋଡ କରାଯାଇଛି । ରିପୋର୍ଟ ଅନୁସାରେ ସବୁଠୁ ଅଧିକ ଅର୍ଥ ପାଇଛି ବିଜେପି । ବିଜେପିକୁ ୮,୬୩୩ଟି ଇଲେକ୍ଟୋରାଲ ବଣ୍ଡ ଜରିଆରେ ୬,୫୬୬ କୋଟି ଟଙ୍କା ମିଳିଛି । କଂଗ୍ରେସ ୩,୧୪୬ଟି ବଣ୍ଡରୁ ପାଇଛି ୧୧୨୩ କୋଟି । ଟିଏମସିକୁ ମିଳିଛି ୧,୦୯୨ କୋଟି ଟଙ୍କା । ସେହିଭଳି ବିଜେଡିକୁ ମିଳିଛି ୭୮୪ କୋଟି ଟଙ୍କା । ବିଜେପିକୁ ୫୪.୭୭ ପ୍ରତିଶତ ଇଲେକ୍ଟୋରାଲ ବଣ୍ଡର ଅର୍ଥ ମିଳିଥିବା ବେଳେ କଂଗ୍ରେସକୁ ୯.୩୭ ଏବଂ ଟିଏମସିକୁ ୯.୧୧ ପ୍ରତିଶତ ଅର୍ଥ ମିଳିଛି । ସବୁଠୁ ଅଧିକ ଟଙ୍କା ଦାନ କରିଛି ଫ୍ୟୁଚର ଗେମିଂ ଆଣ୍ଡ୍ ହୋଟେଲ ସର୍ଭିସେସ୍ । ଏହି କଂପାନୀ ଦେଇଛି ୧ ହଜାର ୩୬୮ କୋଟି ଟଙ୍କା। ତାମିଲନାଡ଼ୁ କୋଏମ୍ବଟୁରର ଏହି କଂପାନୀର ମାଲିକ ହେଉଛନ୍ତି ଭାରତର ଲଟେରି କିଙ୍ଗ୍ ଭାବେ ପରିଚିତ ସାଣ୍ଟିଆଗୋ ମାର୍ଟିନ। ଟପ୍ ଟେନ୍ ଦାତା ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ମେଘା ଇଞ୍ଜିନିୟରିଂ ଆଣ୍ଡ୍ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ । ଦାନ କରିଛି ୯୬୬ କୋଟି । କ୍ବିକ୍ ସପ୍ଲାଏ ଚେନ୍ ପ୍ରାଇଭେଟ୍ ଲିମିଟେଡ୍ ୪୧୦ କୋଟି, ବେଦାନ୍ତ ୪ଶହ କୋଟି, ହଳଦିଆ ଏନର୍ଜି ଲିମିଟେଡ୍ ୩୭୭ କୋଟି, ଭାରତୀ ଗ୍ରୁପ୍ ୨୪୭ କୋଟି, ଏସେଲ୍ ମାଇନିଂ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ୨୨୪ କୋଟି, ୱେଷ୍ଟର୍ଣ୍ଣ ୟୁପି ପାୱାର ଟ୍ରାନ୍ସମିସନ୍ କଂପାନୀ ଲିମିଟେଡ୍ ୨୨୦ କୋଟି, କେଭେଣ୍ଟର ଫୁଡପାର୍କ ଇନଫ୍ରା ୧୯୫ କୋଟି ଏବଂ ଦଶମ ସ୍ଥାନରେ ରହିଛି ମଦନଲାଲ୍ ଲିମିଟେଡ୍, ଦେଇଛି ୧୮୫ କୋଟି ଟଙ୍କା। ୧୨ ଏପ୍ରିଲ ୨୦୧୯ ଠାରୁ ୧୫ ଫେବୃଆରୀ ୨୦୨୪ ମଧ୍ୟରେ ୧୬ ହଜାର ୫୧୮ କୋଟି ଟଙ୍କାର ୨୨ ହଜାର ୨୧୭ଟି ବଣ୍ଡ ବିକ୍ରି ହୋଇଛି