ବିଜୟ ପୂର୍ବରୁ ଉତ୍ସବ ପାଳନର ପ୍ରସ୍ତୁତି!

ବିଜୟ ପୂର୍ବରୁ ଉତ୍ସବ ପାଳନର ପ୍ରସ୍ତୁତି!

ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ହେବ ବୋଲି ସମସ୍ତ ଏକ୍ଜିଟ୍ ପୋଲ୍ ପୂର୍ବାନୁମାନ କରିଛି। ଏକ୍ଜିଟ୍ ପୋଲ୍ ଫଳାଫଳ ସଠିକ୍ ପ୍ରମାଣିତ ହେଲେ ରାଜଧାନୀରେ ବିଜେପି ଜୋରଦାର ଉତ୍ସବ ପାଳନ କରିବ। ମିଳିଥିବା ସୂଚନା ଅନୁଯାୟୀ, ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକ କଲ୍ୟାଣ ମାର୍ଗରୁ ବିଜେପି ମୁଖ୍ୟ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଏକ ଭବ୍ୟ ରୋଡ୍ ସୋ କରିବେ। ଏଥିରେ ୨ରୁ ୩ ଲକ୍ଷ ଲୋକ ସାମିଲ ହୋଇପାରିବେ। ଏକଜିଟ୍ ପୋଲ୍ ଫଳାଫଳ ପରେ ବିଜେପି ବର୍ତ୍ତମାନ ଏକ ବଡ ଉତ୍ସବ ପାଇଁ ଯୋଜନା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନରେ ଜିତନ୍ତି ତେବେ ଏକ ଗ୍ରାଣ୍ଡ ରୋଡ ସୋ’ ହେବ। ସୂତ୍ରରୁ ପ୍ରକାଶ ଯେ ପିଏମ ମୋଦୀଙ୍କ ଏହି ଗ୍ରାଣ୍ଡ ରୋଡ ସୋ’ ଲୋକ କଲ୍ୟାଣ ମାର୍ଗରୁ ବିଜେପି କାର୍ୟ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ୩ ଲକ୍ଷ କର୍ମକର୍ତ୍ତା ସାମିଲ ହେବେ।