ଯେ କୌଣସି ସମୟରେ ଭାଙ୍ଗିଯାଇପାରେ ଏନଡିଏ ସରକାର

ଭାଙ୍ଗିଯିବ ଏନଡିଏ ସରକାର!

ଯେ କୌଣସି ସମୟରେ ଭାଙ୍ଗିଯାଇପାରେ ଏନଡିଏ ସରକାର । ଏଭଳି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସେ କହିଛନ୍ତି, ଭୁଲରେ ଏନଡିଏ ସରକାର ଗଠନ କରାଯାଇଥିଲା। ଏହା ଏକ ସଂଖ୍ୟାଲଘୁ ସରକାର। ଏହି ସରକାର ଯେକୌଣସି ସମୟରେ ଭାଙ୍ଗିପାରେ। ଖାର୍ଗେ ଆହୁରି କହିଛନ୍ତି, ଦେଶକୁ ମଜବୁତ କରିବା ପାଇଁ ଆମେ ମିଳିତ ଭାବେ କାର୍ୟ୍ୟ କରିବା ଉଚିତ। କିନ୍ତୁ ଆମର ପ୍ରଧାନମନ୍ତ୍ରୀଙ୍କର କିଛି ନ କରିବାର ଅଭ୍ୟାସ ଅଛି। କିନ୍ତୁ ଦେଶକୁ ମଜବୁତ କରିବା ପାଇଁ ଆମେ ସହଯୋଗ କରିବୁ। ଲୋକ ସଭା ନିର୍ବାଚନର ଫଳାଫଳ ପରେ କଂଗ୍ରେସର ମନୋବଳ ଅଧିକ ଶକ୍ତିଶାଳୀ ହୋଇଛି। ଯଦିଓ ଏନଡିଏ ମିଳିତ ମଞ୍ଚ ସରକାର ଗଠନ କରିଛି, ଇଣ୍ଡି ମିଳିତ ମଞ୍ଚ ୨୩୪ ଟି ଆସନ ଜିତିବାରେ ସଫଳ ହୋଇଛି।