କର୍ଣ୍ଣାଟକ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପାଇଁ ହେଲା କ୍ରସ୍ ଭୋଟିଂ

କର୍ଣ୍ଣାଟକରେ କ୍ରସ୍ ଭୋଟିଂ

କର୍ଣ୍ଣାଟକରୁ ରାଜ୍ୟସଭାର ୪ ଆସନ ପାଇଁ ଆଜି ଭୋଟଗ୍ରହଣ ହୋଇଛି। ଏହି ନିର୍ବାଚନରେ ବିଜେପିରୁ ଗୋଟିଏ କ୍ରସ୍ ଭୋଟିଂ ହୋଇଛି। କୁହାଯାଉଛି ବିଜେପି ବିଧାୟକ ଏସ.ଟି. ସୋମଶେଖର କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ କରିଛନ୍ତି। ରାଜ୍ୟରେ ଦଳ ପାଇଁ ଏହା ସବୁଠୁ ବଡ଼ ଝଟକା ସାବ୍ୟସ୍ତ ହୋଇଛି। କର୍ଣ୍ଣାଟକ ବିଧାନସଭାରେ ବିଜେପି ମୁଖ୍ୟ ସଚେତକ ଡୋଡ୍ଡାନଗୌଡା ଜି.ପାଟିଲ କହିଛନ୍ତି ଯେ ସୋମଶେଖର କଂଗ୍ରେସ ପାର୍ଟି ସପକ୍ଷରେ ଭୋଟ କରିଛନ୍ତି। ସେ କହିଛନ୍ତି ଯେ ପାର୍ଟି ଏହି ମାମଲାକୁ ଦେଖିବ ଓ କ୍ରସ ଭୋଟିଂ କରିଥିବାରୁ ବିଧାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ। ବିଜେପି ମୁଖ୍ୟ ସଚେତକ ପାଟିଲ କହିଛନ୍ତି ଯେ ସୋମଶେଖରଙ୍କ ଦ୍ୱାରା କ୍ରସ ଭୋଟିଂ ପୁଷ୍ଟି ହୋଇଛି। ଏହି କଥାର ଆମେ ଚର୍ଚ୍ଚା କରୁଛୁ ଓ ଦେଖୁଛୁ ତାଙ୍କ ବିରୋଧରେ ଆଉ କଣ କରାଯାଇ ପାରିବ। ଭୋଟିଂ ପୂର୍ବରୁ ବିଜେପି ବିଧାୟକ ସୋମ ଶେଖର ବୟାନ ଦେଇଥିଲେ। ସେ କହିଥିଲେ ଯେ ମୁଁ ସେହିମାନଙ୍କ ସପକ୍ଷରେ ଭୋଟ ଦେବି ଯିଏ ମୋର ନିର୍ବାଚନମଣ୍ଡଳିରେ ଜଳ ଓ ଅନ୍ୟ ପ୍ରବନ୍ଧନ ନିମନ୍ତେ ଆବଶ୍ୟକ ପାଣ୍ଠି ଯୋଗାଇ ଦେବାର ପ୍ରତିଶ୍ରୁତି ଦେବେ।