ଭାରତର ସ୍ଵାଗତ ଦେଖି ସ୍ତବ୍ଧ ହେଲେ ବାଇଡେନ !

ଦିଲ୍ଲୀରେ ପହଞ୍ଚି କିଛି କ୍ଷଣ ଅଟକି ଗଲେ ଆମେରିକା ରାଷ୍ଟ୍ରପତି !

ଦିଲ୍ଲୀ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି । ଭାରତର ସ୍ଵାଗତ ଦେଖି ଆଶ୍ଚର୍ଯ୍ୟ ହେବା ସହ କିଛି କ୍ଷଣ ଅଟକିଗଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଦିଲ୍ଲୀରେ ପହଂଚିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ବିମାନବନ୍ଦରରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ବି.କେ ସିଂ ତାଙ୍କୁ ସ୍ୱାଗତ କରିଥିଲେ । ବାଇଡେନ ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । ସେ ଆଗାମୀ ୩ଦିନ ପର୍ଯ୍ୟନ୍ତ ଭାରତରେ ରହିବେ । କିଛି ସମୟ ପରେ ବାଇଡେନ ଓ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିପାକ୍ଷୀକ ଆଲୋଚନା କରିବେ । ଆମେରିକାର ଅଷ୍ଟମ ରାଷ୍ଟ୍ରପତି ଭାବେ ବାଇଡେନ ଭାରତ ଆସିଛନ୍ତି ।

ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଦିଲ୍ଲୀରେ ପହଂଚିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକାର ଅଷ୍ଟମ ରାଷ୍ଟ୍ରପତି ଭାବେ ବାଇଡେନ ଭାରତ ଆସିଛନ୍ତି । ତେବେ ଜି-୨୦ ସମ୍ମିଳନୀରେ ଯୋଗ ଦେବା ଲାଗି ବିଶ୍ଵର ବଡ ବଡ ନେତାଙ୍କ ପାଦ ଦିଲ୍ଲୀ ଦରବାରରେ ପଡୁଥିବା ଦେଖିବାକୁ ମିଳିଛି । କାଲିର ସମ୍ମିଳନୀକୁ ନେଇ ସାରା ଦେଶ ବେସ ଉତ୍କଣ୍ଠିତ ଥିବା ଦେଖିବାକୁ ମିଳିଛି । ସେପଟେ ସୁରକ୍ଷା ବ୍ୟବସ୍ଥାକୁ ପୁରା କଡାକଡି କରାଯାଇଛି ।