ED ହାତରେ ଲାଗିଛି ବଡ଼ ତଥ୍ୟ

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ନେଇଛନ୍ତି ୫୦୮କୋଟି ଟଙ୍କା !

ଅଭିନେତାଙ୍କ ପରେ ରାଜନେତାଙ୍କ ପାଳି । ‘ମହାଦେବ ଅନଲାଇନ୍ ବେଟିଂ ଆପ୍’କୁ ଯାଞ୍ଚ କରୁଥିବା ଇଡିର ନଜର ‌ଏବେ ରାଜନେତାଙ୍କ ଉପରେ । ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଆପ୍‌କୁ ନେଇ ତଦନ୍ତ କରି ସେଲିବ୍ରିଟିମାନଙ୍କୁ ସମନ ପଠାଇବା ପରେ ଏହି ମାମଲାରେ ଏବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନାମ ଆସିଛି। ଇଡି ଦାବି କରିଛି ଯେ, ୟୁଏଇରୁ ମହାଦେବ ବେଟିଂ ଆପ୍ ମାଲିକଙ୍କଠାରୁ ଭୂପେଶ ବାଘେଲ ୫୦୮କୋଟି ଟଙ୍କା ଗ୍ରହଣ କରିଛନ୍ତି । ଏହା ସହ ଇଡି ପକ୍ଷରୁ କୁହାଯାଇଛି ଯେ ଅନୁସନ୍ଧାନକାରୀ ସଂସ୍ଥା ବିଶ୍ୱସନୀୟ ତଥ୍ୟ ହାସଲ କରିବା ପ‌ରେ ଗୁରୁବାର ଛତିଶଗଡର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ପରେ ରାଜ୍ୟରୁ ୫.୩୯ କୋଟି ଟଙ୍କା ନଗଦ ଜବତ କରାଯାଇଛି। ଏଥିସହ ୧୫.୫୯ କୋଟି ଟଙ୍କା ବ୍ୟାଙ୍କ ବାଲାନ୍ସ ମଧ୍ୟ ସିଜ୍ କରିଛି ଇଡି।