ପଞ୍ଜାବ ଏବଂ ହରିୟାଣା ବର୍ଡରରେ ଜୋରଦାର ଚାଷୀ ଆନ୍ଦୋଳନ

ଆନ୍ଦୋଳନରତ କୃଷକଙ୍କ ଉପରେ ଆକ୍ରମଣ, ଜଣେ ଆହତ

ପଞ୍ଜାବ ଏବଂ ହରିୟାଣା ବର୍ଡରରେ ସ୍ଥିତି ପୂରା ଖରାପ । କୃଷକ ଆନ୍ଦୋଳନ ଯୋଗୁ ବିଭିନ୍ନ ବର୍ଡରରେ ଯେପରି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ଶମ୍ବୁ ବର୍ଡର ପରେ ଇନୌରୀ ବର୍ଡରରେ ହରିୟାଣା ପୋଲିସ କୃଷକଙ୍କ ଉପରେ ଟିୟର ଗ୍ୟାସ୍ ଏବଂ ଗୁଳି ମାଡ଼ କରିସାରିଛି । ଏଥିରେ କୃଷକ ମାନଙ୍କ ସହ ଜଣେ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି । କୃଷକମାନେ ବଡ଼ ବଡ଼ ଟ୍ରାକ୍ଟର ନେଇ ଶମ୍ବୁ ବର୍ଡରରେ ଠିଆ ହୋଇଛନ୍ତି । କୃଷକମାନେ ଟ୍ରାକ୍ଟର ମାଧ୍ୟମରେ ବ୍ୟାରିକେଡକୁ ହଟାଇ ପଞ୍ଜାବ ସୀମା ଆଡ଼କୁ ଟାଣି ନେଉଛନ୍ତି । ଡ୍ରୋନ୍ ସାହାଯ୍ୟରେ ମଧ୍ୟ ବିକ୍ଷୋଭକାରୀଙ୍କ ଉପରକୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରାଯାଉଛି । କୃଷକମାନେ ପ୍ରଥମ ସୁରକ୍ଷାକୁ ଭାଙ୍ଗି ଆଗକୁ ବଢିସାରିଛନ୍ତି । ସୀମାବର୍ତ୍ତି ଲୋକେ ଚାଷୀଙ୍କ ପାଇଁ ଲଙ୍ଗର ବ୍ୟବସ୍ଥା ମଧ୍ୟ କରିଛନ୍ତି । ଏ ନେଇ ହରିୟାଣା ପୋଲିସ୍ ପ୍ରତିକ୍ରିୟା ରଖିଛି ଯେ, ବିକ୍ଷୋଭକାରୀମାନେ ପୋଲିସ ଉପରକୁ ପଥର ମାଡ଼ କରିଥିଲେ । ସେମାନଙ୍କୁ ରୋକିବାକୁ ପୋଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲେ । ଯେଉଁମାନେ ଏପରି କରିଛନ୍ତି ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ୍ କହିଛି । ଏ ନେଇ କୃଷକ ନେତା ସୌରଭ ସିଂ ପାଣ୍ଡେର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ପୋଲିସର ଲୁହ ବୁହା ଗ୍ୟାସ୍ ଛାଡ଼ିବାକୁ ଆମେ ନିନ୍ଦା କରୁଛୁ । ବୁଧବାର ଏ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହେବା ନେଇ କୌଣସି ସୂଚନା ନାହିଁ । ଆଲୋଚନା ମାଧ୍ୟମରେ ସରକାର ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି । କିନ୍ତୁ ଆମେ ଚାହୁଁଛୁ ଯେ, ଏମଏମସି ଉପରେ ଆଇନ୍ ଆଣିବା ଆବଶ୍ୟକ ।