ଆସାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ୧୪ ମୃତ

ଆସାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ଆସାମ ଗୋଲଘାଟରେ ପିକନିକ ବସ୍-ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଏନ୍‌ଏଚ୍‌ରେ ପିକନିକ ଯାଉଥିବା ମିନି ବସ୍‌କୁ ଧକ୍କା ଦେଲା ଟ୍ରକ୍‌ । ଜୋରହାଟ ଜିଲ୍ଲା ଦେରଗାଓଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ସୂଚନା ଅନୁଯାୟୀ ବସଟି ପ୍ରାୟ ୫ ଟା ସମୟରେ ଆସାମର ଡର୍ଗାଓଁରେ ଟିନ୍ସୁକିଆର ଟିଲିଙ୍ଗା ମାଣ୍ଡିରକୁ ୪୫ ଜଣ ସଦସ୍ୟଙ୍କୁ ନେଇ ଯାଉଥିବା ବେଳେ ଟ୍ରକ୍ ସହିତ ମୁହାଁମୁହିଁ ହୋଇଥିଲା । ଫଳରେ ୧୪ ଜଣଙ୍କର ମୃତ୍ୟୁ ହେବା ସହ ୨୭ ଜଣ ଗୁରୁତର ଆହତ ହୋଇଥିଲେ। ପିକନିକ୍ ପାର୍ଟି ସକାଳ ପ୍ରାୟ ୩ ଟାରେ ଯାତ୍ରା ଆରମ୍ଭ କରିଥିଲା ଏବଂ ସେମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଯାଉଥିବାବେଳେ ମାର୍ଗେରିଟାରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଜୋରହାଟ ମେଡିକାଲ କଲେଜରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ କରୁଛି।