ଜ୍ଞାନବ୍ୟାପିରେ ଆରମ୍ଭ ହେଲା ଏଏସଆଇର ସର୍ଭେ

ସର୍ଭେ ନେଇ ଆହ୍ଲାବାଦ କୋର୍ଟର ସବୁଜ ସଂକେତ

ବହୁ ଚର୍ଚ୍ଚିତ ଜ୍ଞାନବାପି ମସଜିଦରେ ଆରମ୍ଭ ହୋଇଛି ସର୍ଭେ କାର୍ଯ୍ୟ । ଏହି ମସଜିଦର ସର୍ଭେ କାର୍ଯ୍ୟ ଏକ ମନ୍ଦିର ଉପରେ ମସଜିଦ ନିର୍ମିତ ହୋଇଛି କି ନାହିଁ ତାହା ଉପରେ ସର୍ଭେ କରୁଛି ଏଏସଆଇ । ଜ୍ଞାନବାପି ମସଜିଦରେ ସର୍ଭେ ଜାରି ରହିବା ନେଇ ନିର୍ଦ୍ଦେଶ ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ । ତେବେ ମୁସଲିମ ପକ୍ଷ ପିଟିସନ ଖାରଜ କରିବା ସହ ଜିଲ୍ଲା କୋର୍ଟଙ୍କ ଫଇସଲାକୁ ହାଇକୋର୍ଟ କାଏମ ରଖିଥିଲେ ।

ଏଏସଆଇର ସର୍ଭେ ଉପରେ ସ୍ଥାୟୀ ରୋକ ଲଗାଇବା ପାଇଁ ମସଜିଦ କମିଟି କରିଥିବା ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଏହି ରାୟ ଶୁଣାଇଥିଲେ । ସର୍ଭେ ବେଳେ ଜ୍ଞାନବାପି ମସଜିଦ ପରିସରରେ କୌଣସି କ୍ଷୟକ୍ଷତି ଯେପରି ନହୁଏ, ତା’ଉପରେ ଧାନ ରଖିବାକୁ ପ୍ରତ୍ନତତ୍ତ୍ବ ବିଭାଗ ଟିମକୁ ନିର୍ଦ୍ଦେଶ ଦିଆଯାଇଛି । ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଜ୍ଞାନବାପି ମସଜିଦ ଅବସ୍ଥିତ ଥିବାବେଳେ ଏହାକୁ ନେଇ ବିବାଦ ଦେଖାଯାଇଥିଲା । ତେବେ ଦେଖିବାକୁ ବାକି ରହିଲା ଏଏସଆଇ ଏ ସମ୍ପର୍କରେ କେଉଁ ତଥ୍ୟ ସାମ୍ନାକୁ ଆଣୁଛି। ଏହା ମନ୍ଦିର ନା ମସଜିଦ ?