କେଜ୍ରିୱାଲଙ୍କ ଜାମିନ ଆବେଦନ, ଜୁନ୧ରେ ଶୁଣାଣି

ହେବନି କେଜ୍ରିୱାଲଙ୍କ ଜାମିନ ଅବଧି ବୃଦ୍ଧି

ହେବନି ଜାମିନ ଅବଧି ବୃଦ୍ଧି। ଜୁନ୍‌ ୨ ତାରିଖରେ ହିଁ ଜେଲ୍‌ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ୨ ଜୁନରେ କୋର୍ଟରେ ସରେଣ୍ଡର କରିବେ କେଜ୍ରିୱାଲ। ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିବା ପରେ କେଜ୍ରିଓ୍ୱାଲଙ୍କୁ ବଡ଼ ଝଟ୍‌କା ଲାଗିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ନିଜ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମଧ୍ୟବର୍ତ୍ତିକାଳୀନ ଜାମିନ ଅବଧିକୁ ଆଉ ୭ ଦିନ ପାଇଁ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏଥିସହ ଏହି ଆବେଦନର ତୁରନ୍ତୁ ଶଣାଣି କରିବାକୁ ସେ କୋର୍ଟକୁ ଗୁହାରି କରିଥିଲେ। ତେବେ ତାଙ୍କର ଏହି ଆବେଦନକୁ ସୁପ୍ରିମକୋର୍ଟ ତତ୍‌ତ୍କାଳ ଶୁଣାଣି କରିବାକୁ ମନା କରିବା ସହ ଖାରଜ କରିଦେଇଛନ୍ତି।