ଆଜି ବି ନିରାଶ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଜାମିନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସୁପ୍ରିମକୋର୍ଟଙ୍କ ଝଟକା ଲଗିଛି। ଦିଲ୍ଳୀ ମଦ ନୀତି ମାମଲାରେ ସୁପ୍ରିମକୋର୍ଟ ବୁଧବାର ଦିଲ୍ଲୀ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଉଜଲ ଭୁୟାଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠ ଏ ନେଇ ରାୟ ପ୍ରକାଶ କରିଛନ୍ତି। କେଜ୍ରିୱାଲ୍ ସିବିଆଇ ଦ୍ବାରା ହୋଇଥିବା ଗିରଫକୁ ଚ୍ୟାଲେଞ୍ଜ କରି ଜାମିନ ଆବେଦନ କରିଥିଲେ। ଏବେ ଅନ୍ତରୀଣ ଜାମିନ ମିଳିପାରିବ ନାହିଁ ବୋଲି ଦର୍ଶାଇ କୋର୍ଟ ଅଗଷ୍ଟ ୨୩ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। କେଜ୍ରିୱାଲଙ୍କ ପକ୍ଷ ରଖୁଥିବା ବରିଷ୍ଠ ଆଡଭୋକେଟ ଅଭିଷେକ ସିଂହଭୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନ୍ତରୀଣ ଜାମିନ ମାଗିଥିଲେ।