ସମନ ସତ୍ତ୍ୱେ ହାଜର ହେଲେନି ଅରବିନ୍ଦ କେଜ୍ରିୱାଲ

ହାଜର ହେଲେନି, ଫେରାଇ ଦେଲେ ସମନ୍

ସମନ୍ ସତ୍ତ୍ୱେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କହିଲେ, ରାଜନୈତିକ ଉଦ୍ଦେଶ୍ୟ ରଖି ପଠାଇଥିବା ସମନକୁ ଫେରାଇ ନେଉ ପ୍ରବର୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅରବିନ୍ଦ କେଜି୍ରୱାଲଙ୍କୁ ସମନ କରିଥିଲା ଇଡି । ଗୁରୁବାର ତାଙ୍କୁ ସମନ ହେବାକୁ ନୋଟିସ ହୋଇଥିଲା । ପୂର୍ବଭଳି ଏଥର ମଧ୍ୟ ଇଡିର ସମନଙ୍କୁ ବେଆଇନ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ । ରାଜନୈତିକ ଉଦ୍ଦଶ୍ୟେ ରଖି ପଠାଇଥିବା ସମନ ଇଡି ଫେରାଇନେବା ଉଚିତ । ସେ ତାଙ୍କ ଜୀବନ ସଚ୍ଚୋଟତା ଏବଂ ସ୍ୱଚ୍ଛତାର ସହ ବିତାଉଛନ୍ତି, ସେ କିଛି ଲଚୁାଇନାହାଁନ୍ତି ବୋଲି କହିଛନ୍ତି । ଗତ ୧୮ ତାରିଖରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଅରବିନ୍ଦ କେଜରିୱାଲଙ୍କୁ ସମନ ଜାରି କରିଥିଲା । ସମନରେ କେଜରୀୱାଲଙ୍କୁ ଗୁରୁବାର ଇଡି କାର୍ୟ୍ୟାଳୟରେ ହାଜର ହେବାକୁ ଇଡି କହିଥିଲା । ଏହା ପୂର୍ବରୁ ଗତ ନଭେମ୍ବରରେ ଇଡି କେଜରୀୱାଲଙ୍କୁ ସମନ କରିଥିଲା । କିନ୍ତୁ କେଜରିୱାଲ ହାଜର ହୋଇନଥିଲେ ।