ଚତୁର୍ଥ ସମନରେ ବି ହାଜର ହେଲେନି କେଜ୍ରିୱାଲ

‘ମୋତେ ଗିରଫ କରିବା ଇଡିର ମୁଖ୍ୟ ଉଦ୍ଦେଶ୍ୟ’

ଚତୁର୍ଥ ସମନରେ ବି ହାଜର ହେଲେନି କେଜ୍ରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ଉତ୍ତରରେ ଲେଖିଛନ୍ତି, ଇଡିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୋତେ ଗିରଫ କରିବା । ଇଡି ଜାଣିଶୁଣି କେଜ୍ରିୱାଲଙ୍କୁ ଲୋକସଭା ନିର୍ବାଚନରେ ପ୍ରଚାର କରିବାରୁ ରୋକିବାକୁ ଚେଷ୍ଟା କରୁଛି ବୋଲି ଆପ୍ କହିଛି । ଏଥିସହ ଆପ୍ ଏକ ପ୍ରଶ୍ନ କରିଛି, ଖୋଦ୍ ଇଡି ନିଜ ଚାର୍ଜସିଟରେ କେଜ୍ରିୱାଲଙ୍କ ବିରୋଧରେ କୌଣସି ମାମଲା ନାହିଁ ବୋଲି ଉଲ୍ଲେଖ କରିଥିବାବେଳେ ବାରମ୍ବାର ତାଙ୍କୁ କାହିଁକି ସମନ୍ କରାଯାଉଛି । ଏହାସହ ଆପ୍ ନେତା ଏହା ମଧ୍ୟ କହିଛନ୍ତି ଯେ, ଯିଏ ଭ୍ରଷ୍ଟ ସେମାନେ ବିଜେପିକୁ ପଳାଉଛନ୍ତି । ସେମାନଙ୍କ ବିରୋଧରେ ମାମଲା ଥିଲେ ବି ତଦନ୍ତ ହେଉନାହିଁ ।