ଜେଲ୍ ଗଲେ ଅରବିନ୍ଦ କେଜ୍ରିୱାଲ୍
ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ରିମାଣ୍ଡ ସରିବା ପରେ ଆଜି ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା ଇଡି। ମାମଲା ଶୁଣାଣି ହେବା ପରେ ଆସନ୍ତା ୧୫ ତାରିଖ ଯାଏଁ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏପ୍ରିଲ ୧୫ ତାରିଖରେ ପରବର୍ତ୍ତି ଶୁଣାଣି ହେବ। ସେ ଯାଏଁ ତିହାର ଜେଲରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ମଦ ଦୁର୍ନୀତି ଅଭିଯୋଗ ମାମଲାରେ ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କେଜ୍ରିୱାଲକୁ ଗିରଫ କରି ୬ ଦିନ ଧରି ପଚରାଉଚରା କରିଥିଲା ତଦନ୍ତକାରୀ ସଂସ୍ଥା। ଗତ ୨୧ ତାରିଖରେ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା ଇଡି। ଆଜିର ଶୁଣାଣି ସମୟରେ ବରିଷ୍ଠ ଓକିଲ ବିକ୍ରମ ଚୌଧୁରୀ ଏବଂ ରମେଶ ଗୁପ୍ତା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପାଇଁ ହାଜର ହୋଇଥିଲେ। ସେମାନେ ଅରବିନ୍ଦ କେଜ୍ରିୱାଲଙ୍କ ତରଫରୁ ପାଞ୍ଚଟି ଅନୁରୋଧ କରିଛନ୍ତି। ସେ କହିଛନ୍ତି, ‘ଜେଲରେ କେଜ୍ରିୱାଲଙ୍କୁ ଔଷଧ ଯୋଗାଇ ଦିଆଯିବ, ଜେଲ୍ରେ ତାଙ୍କୁ ତିନୋଟି ବହି ଯୋଗାଇ ଦିଆଯାଉ। ଭାଗବତ ଗୀତା, ରାମାୟଣ ଏବଂ ସାମ୍ବାଦିକ ନୀରଜା ଚୌଧୁରୀଙ୍କ ଦ୍ୱାରା କିପରି ପ୍ରଧାନମନ୍ତ୍ରୀମାନେ ନିଷ୍ପତ୍ତି ନିଅନ୍ତି। କେଜ୍ରିୱାଲ ପିନ୍ଧିଥିବା ଏକ ଧାର୍ମିକ ଲକେଟ୍ ରଖିବାକୁ ଅନୁମତି ଦିଆଯିବ, ତାଙ୍କ ସ୍ୱାସ୍ଥ୍ୟ ଅନୁଯାୟୀ ସ୍ୱତନ୍ତ୍ର ଖାଦ୍ୟ ଦିଆଯିବ, କେଜ୍ରିୱାଲ ଜେଲରେ ଏକ ଟେବୁଲ ଏବଂ ଚେୟାର ମଧ୍ୟ ଦାବି କରିଛନ୍ତି।’