ଦିଲ୍ଲୀ ଅବକାରୀ ନୀତି ମାମଲାରେ କେଜ୍ରିୱାଲଙ୍କୁ ବଡ଼ ଝଟକା

୧୪ ଦିନଆ ବିଚାରବିଭାଗୀୟ ହାଜତରେ ଅରବିନ୍ଦ କେଜ୍ରିୱା‌ଲ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱା‌ଲଙ୍କୁ ଶନିବାର ଦିଲ୍ଲୀ କୋର୍ଟ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତ ପଠାଇ ଦେଇଛନ୍ତି। ସିବିଆଇର ଏକ ଆବେଦନ ଆଧାନରେ ଦିଲ୍ଲୀ କୋର୍ଟ କେଜ୍ରିୱାଲଙ୍କୁ ଜୁଲାଇ ୧୨ ପର୍ଯ୍ୟନ୍ତ ନ୍ୟାୟିକ ହାଜତ ପଠାଇଛନ୍ତି। ସେ ତିହାର ଜେଲ୍‌ରେ ରହିବେ ଏବଂ ୧୨ ତାରିଖରେ କେଜ୍ରିୱାଲଙ୍କୁ ପୁଣିଥରେ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ହାଜର କରାଯିବ। ଉଲ୍ଲେଖଯୋଗ୍ୟ, କେଜ୍ରିୱାଲଙ୍କ ୩ ଦିନ ରିମାଣ୍ଡ ଅବଧି ଶନିବାର ଶେଷ ହେବାପରେ ସିବିଆଇ ଦ୍ବାରା ତାଙ୍କୁ କୋର୍ଟ‌‌ରେ ହାଜର କରାଯାଇଥିଲା।