ଅଷ୍ଟମ ସମନ ପରେ ମୁହଁ ଖୋଲିଲେ କେଜ୍ରିଓ୍ବାଲ

ଭିସିରେ ଜେରା ହେବେ ଅରବିନ୍ଦ କେଜ୍ରିଓ୍ବାଲ

ଦିଲ୍ଲୀ ଅବକାରୀ ନୀତି ମାମଲା । 7 ଥର ନୋଟିସ ପରେ ବି ହାଜର ହୋଇନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ତେବେ ଇଡି ପୂର୍ବରୁ ପଠାଇଥିବା ସାତ ଥର ଯାକ ସମନକୁ ଏଡ଼େଇ ଯାଇଛନ୍ତି କେଜ୍ରିୱାଲ୍‌ । ଇଡିର ଅଷ୍ଟମ ସମନ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରତିକ୍ରିୟା ଦେଇଛନ୍ତି । ଇଡିର ଏହି ଡାକରାକୁ ବେଆଇନ ବୋଲି ବିବେଚନା କରିବା ସତ୍ତ୍ବେ ମାର୍ଚ୍ଚ ୧୨ ତାରିଖ ପରେ ସେ ଇଡିର ଜେରାକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ  କେଜ୍ରିୱାଲ ଏହି ଜେରାରେ ଯୋଗଦେବେ ବୋଲି ଆମ୍ ଆଦମୀ ପାର୍ଟି (ଆପ୍‌) କହିଛି । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭାବେ ପଚରାଉଚରା କରିବାକୁ ଅନୁସନ୍ଧାନକାରୀ ସଂସ୍ଥା ଜିଦ୍ ଧରିଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପଚରାଉଚରା ପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି ଇଡି କହିଛି। ଗତ ଫେବ୍ରୁଆରି ୨୭ ତାରିଖରେ ଇଡି ଅଷ୍ଟମ ସମନ ଜାରି କରି ମାର୍ଚ ୪ରେ କେଜ୍ରିୱାଲଙ୍କୁ ଏଜେନ୍ସି ମୁଖ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହେବାକୁ କହିଥିଲା। ଚାଲିଥିବା ଏହି ତଦନ୍ତ ଦିଲ୍ଲୀ ଅବକାରୀ ନୀତି (୨୦୨୧-୨୨) ର ସୂତ୍ର ଏବଂ କାର୍ଯ୍ୟାନ୍ୱୟନରେ ହୋଇଥିବା ଅନିୟମିତତାକୁ ନେଇ ହୋଇଛି। ନୀତି ପ୍ରଣୟନ ଏବଂ ଲାଞ୍ଚ ଅଭିଯୋଗ ଭଳି ପ୍ରସଙ୍ଗରେ ଇଡି କେଜ୍ରିୱାଲଙ୍କ ବିବୃତ୍ତି ଚାହୁଁଛି।