ମୋତେ ବିଜେପିରେ ସାମିଲ ହେବାକୁ ବାଧ୍ୟ କରାଯାଉଛି: କେଜ୍ରିୱାଲ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟୀ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ନେଇ ବଡ଼ ଦାବି କରିଛନ୍ତି। ତାଙ୍କୁ ବିଜେପିରେ ସାମିଲ ହେବା ଲାଗି ବାଧ୍ୟ କରାଯାଉଛି। ହେଲେ ସେ ନଇଁବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ଏଏପି ବିଧାୟକଙ୍କୁ ବିଜେପି ଘୋଡା ବେପାର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା। ଏବେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଥିବା ବେଳେ କେଜ୍ରିୱାଲଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେପି ଆମ ବିରୋଧରେ ଷଡଯନ୍ତ୍ର ରଚୁଛି, ହେଲେ ମୁଁ ଦୃଢ଼ ଅଛି। ନଇଁବି ନାହିଁ। ସେମାନେ ମୋତେ ବିଜେପିରେ ସାମିଲ ହେବାକୁ କହୁଛନ୍ତି, ହେଲେ କେବେ ବି ସେଠାକୁ ଯିବି ନାହିଁ ବୋଲି ଏକ ସ୍କୁଲର ଶିଳାନ୍ୟାସ କରିବା ଅବସରରେ କେଜ୍ରିୱାଲ କହିଛନ୍ତି।