ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ବଢିଲା ଅଡୁଆ

କେଜ୍ରିୱାଲଙ୍କ ଜାମିନ ଉପରେ ରୋକ ଲଗାଇଲେ ହାଇକୋର୍ଟ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ଗତକାଲି ତଳ କୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ଆଜି ହାଇକୋର୍ଟ ଏହା ଉପରେ ରୋକ ଲଗାଇଛି । ମାମଲାର ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଏହି ଜାମିନ ପ୍ରଦାନ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି । କେଜ୍ରିୱାଲଙ୍କ ଜାମିନ ପ୍ରଦାନ ବିରୋଧରେ ଇଡି ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଇଡି ପକ୍ଷରୁ କୁହାଯାଇଥିଲା ଯେ, ଏହି ମାମଲାର ଯାଞ୍ଚ ଚାଲୁଥିବା ବେଳେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିବା ଯାଞ୍ଚ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ । କାରଣ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି । ଦିଲ୍ଲୀ ହାଇକୋର୍ଟରେ ଇଡି ପକ୍ଷରୁ କୁହାଯାଇଥିଲା ଯେ, ତଳ କୋର୍ଟରେ ଏହି ମାମଲାରେ ପକ୍ଷ ରଖିବାକୁ ପର୍ଯ୍ୟାପ୍ତ ସମୟ ଦିଆଯାଇନଥିଲା । ଲିଖିତ ଜବାବ ରଖିବାକୁ ମଧ୍ୟ ସମୟ ମିଳିନଥିଲା । ଯାହା ଆଦୌ ଠିକ୍ ନୁହେଁ । ଏବେ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରେ ରହିଛନ୍ତି ।