ଅରବିନ୍ଦ କେଜ୍ରିୱାଲଙ୍କ ବିସ୍ଫୋରକ ବୟାନ

୨୫ କୋଟି ଦେଇ ଆପ ବିଧାୟକଙ୍କୁ କିଣୁଛି ବିଜେପି: କେଜ୍ରିୱାଲ

ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ମାନଙ୍କରେ ଦେଖା ଦେଉଛି କମ୍ପନ । ଏହାରି ଭିତରେ ଆଜି ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ବିଜେପି ପଇସା ଦେଇ ଆପ ବିଧାୟକଙ୍କୁ କିଣୁଥିବା ଅଭିଯୋଗ କରିଛି । କେଜ୍ରିୱାଲ କହିଛନ୍ତି, ବିଜେପି ଆମ ଆଦମୀ ପାର୍ଟିକୁ ଭାଙ୍ଗିବାକୁ ଚାହୁଁଛି । ପ୍ରତି ବିଧାୟକଙ୍କୁ ୨୫ କୋଟି ଲେଖାଏଁ ଦେବାକୁ ଅଫର ଦିଆଯାଉଛି । ଏପରିକି ଆପ୍ ବିଧାୟକଙ୍କ ମଧ୍ଯରେ ଫାଟ ସୃଷ୍ଟି କରିବାକୁ ବିଜେପି ଚେଷ୍ଟା କରୁଛି । ବିଧାୟକଙ୍କୁ ଟଙ୍କା ଯଚା ଯାଉଥିବା ନେଇ ଶୀଘ୍ର ପ୍ରମାଣ ଉପସ୍ଥାପନ କରିବି । କେଜ୍ରିୱାଲଙ୍କ ଅଭିଯୋଗ ଅନୁସାରେ, କିଛି ଦିନ ତଳେ ଆମ ଆଦମୀ ପାର୍ଟିର ୭ ବିଧାୟକଙ୍କୁ ଯୋଗାଯୋଗ କରିଥିଲା ବିଜେପି । କେଜ୍ରିଓ୍ବାଲଙ୍କୁ କିଛିଦିନ ମଧ୍ୟରେ ଗିରଫ କରାଯିବ ବୋଲି ବିଜେପି କହିଥିବା ଆପ୍ ବିଧାୟକ ଅତିଶୀ କହିଛନ୍ତି । ଏହି ଫୋନକଲର ଭିଡିଓ ରେକର୍ଡିଂ ଅଛି । ଆବଶ୍ୟକ ହେଲେ ଏହି ରେକର୍ଡିଂକୁ ଦାଖଲ କରିବୁ ବୋଲି ଅତିଶୀ କହିଛନ୍ତି । ୨୧ ଜଣ ବିଧାୟକଙ୍କ ସହ ବିଜେପି ନେତା ଆଲୋଚନା କରିଥିବା କେଜ୍ରିୱାଲ କହିଛନ୍ତି । ସେପଟେ ଆପ୍ ଆଣିଥିବା ଅପରେସନ ଲୋଟସ ଅଭିଯୋଗକୁ ଅସ୍ୱୀକାର କରିଛି ବିଜେପି । ଆପ୍ ଏଭଳି ଅଭିଯୋଗ ବାରମ୍ବାର ଆଣୁଛି, ହେଲେ ଏଥିରେ କୌଣସି ସତ୍ୟତା ନଥିବା ବିଜେପି କହିଛି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୋଟ ୭୦ ଆସନରୁ ଆପର ୬୨ ଓ ବିଜେପିର ୮ ବିଧାୟକ ଅଛନ୍ତି ।