ଅରୁଣ ଯୋଗୀରାଜଙ୍କ ସ୍ପର୍ଶରେ ପ୍ରଭୁ

ଚୂଡ଼ାନ୍ତ ହେଲା ରାମଲାଲାଙ୍କ ବିଗ୍ରହ

ଚୂଡ଼ାନ୍ତ ହୋଇଛି ରାମଲାଲାଙ୍କ ଦିବ୍ୟ ବିଗ୍ରହ । କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରୀ ମୂର୍ତ୍ତି ଲାଗିବ ଶ୍ରୀରାମଙ୍କ ମନ୍ଦିରର ଗର୍ଭ ଗୃହରେ । ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ସୋସିଆଲ୍ ମିଡିଆ ସାଇଟ୍ ଢରେ ଏନେଇ ସୂଚନା ଦେଇଛନ୍ତି । ରାମଲାଲାଙ୍କ ପାଇଁ ୩ ବିଗ୍ରହଙ୍କ ମଧ୍ୟରୁ ଗୋଟିଏ ବଛା ଯାଇଛି । ଅରୁଣ ଯୋଗୀରାଜଙ୍କ ନିର୍ମାଣ ହୋଇଥିବା ବିଗ୍ରହ ଲାଗିବ ଗର୍ଭଗୃହରେ ଏବଂ ବାକି ଦୁଇଟିକୁ ମନ୍ଦିରର ଅନ୍ୟ ଯାଗାରେ ସ୍ଥାପନ କରାଯିବ । ୫ ବର୍ଷୀୟ ରାମଲାଲାଙ୍କ ୩ଟି ବାଳୁତ ବିଗ୍ରହ ଏଥିପାଇଁ ତିଆରି କରାଯାଇଥିଲା । ପୁରାଣରେ ବର୍ଣ୍ଣିତ ରାମଲାଲା ଶୈଶବାବସ୍ଥାର ରୂପକୁ ଆଧାର କରି ଏହାକୁ ତିଆରି କରାଯାଇଛି ।