‘୩୭୦’ ଧାରା ଉଚ୍ଛେଦ ବୈଧ, ସେପ୍ଟେମ୍ବର ୩୦ ସୁଦ୍ଧା ହେବ ନିର୍ବାଚନ
ଧାରା ୩୭୦ ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । କେନ୍ଦ୍ରର ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ । ରାଷ୍ଟ୍ରପତିଙ୍କ ନିଷ୍ପତ୍ତିରେ କିଛି ଭୁଲ ନଥିବା କହିଲେ ସୁପ୍ରିମକୋର୍ଟ । ‘୩୭୦’ ଉଚ୍ଛେଦକୁ ବୈଧ କହିବା ସହ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଏହି ରାୟକୁ ନେଇ ୫ ଜଣିଆ ଖଣ୍ଡପୀଠଙ୍କ ସହମତି ଥିବା ସୂଚନା ମିଳିଛି । ସଂସଦର ନିଷ୍ପତ୍ତିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିପାରିବନି । ରାଷ୍ଟ୍ରପତିଙ୍କ ନିଷ୍ପତ୍ତିରେ କିଛି ଭୁଲ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଧାରା ୩୭୦ ଜାମ୍ମୁ କାଶ୍ମୀରକୁ ଭାରତରେ ମିଶ୍ରଣ ପାଇଁ । ଭାରତରେ ମିଶ୍ରଣ ପାଇଁ ଏହା ଏକ ବାଧା ନୁହେଁ । ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା।ଭାରତରେ ମିଶ୍ରଣ ସହିତ ଜାମ୍ମୁ କାଶ୍ମୀରର ସାର୍ବଭୌମତ୍ୱ ସରିଥିଲା ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସେହିପରି ଜାମ୍ମୁ କାଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତା ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଥା ଶୀଘ୍ର ଜାମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଅନ୍ୟପଟେ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷିତ ନିଷ୍ପତ୍ତି ବଳବତ୍ତର ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅନ୍ୟପଟେ ଜାମ୍ମୁ କାଶ୍ମୀରରେ ନିର୍ବାଚନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ କୋର୍ଟ ।