କୁନୋରେ ବାଘ ମଡକ , ପୁଣି ଗଲା ଆଉ ଏକ ଚିତାର ଜୀବନ

୧୧ ମାସରେ ଗଲାଣି ୯ ଚିତାଙ୍କ ଜୀବନ !

ପୁଣି ଗଲା ଆଉ ଏକ ଚିତାର ଜୀବନ। କୁନୋ ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଛି ଚିଟା ମଡକ । ଗୋଟିଏ ପରେ ଗୋଟିଏ ଚିତାଙ୍କ ମୃତ୍ୟୁ ପରେ ପୁଣି ଆଜି ଆଉ ଏକ ଚିତାର ଜୀବନ ଯାଇଛି । ଗତ ଦୁଇ ମାସ ମଧ୍ୟରେ ଦୁଇଟା ଚିତାର ଜୀବନ ଯାଇ ମୋଟ ୮ଟି ଚିତାଙ୍କ ମୃତ୍ୟୁ ହୋଇଥିଲା । ଏବେ ଏହି ଚିତାକୁ ମିଶାଇ ମୋଟ ୯ଟି ଚିତାଙ୍କ ଜୀବନ ଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ଦେଶରେ ଚିନ୍ତା ବଢିଛି ।

ତେବେ ପ୍ରୋଜେକ୍ଟ ଚିଟା ମାଧ୍ୟମରେ ସେପ୍ଟେମ୍ବର ୨୦୨୨ରେ ବିଦେଶରୁ କ୍ରମାଗତ ଭାବେ ଚିତାଙ୍କୁ ଭାରତ ଅଣା ଯାଇଥିଲା । ଯାହାର ଲକ୍ଷ ଥିଲା ଭାରତୀୟ ଜଙ୍ଗଲରେ ଚିତା ବାଘର ବଂଶବୃଦ୍ଧି। କିନ୍ତୁ ଏମିତି ଗୋଟିଏ ପରେ ଗୋଟିଏ ଚିତାଙ୍କ ମୃତ୍ୟୁ ଏହି ପ୍ରୋଜେକ୍ଟର ବିଫଳତା କୁ ସାମ୍ନାକୁ ଆଣିଛି। କାହିଁକି ଚିତାଙ୍କ ମୃତ୍ୟୁ ହେଉଛି ତାର କାରଣ ଏଯାଏଁ ସ୍ପଷ୍ଟ ହୋଇନି । ଯାହା ଏବେ ପଶୁପ୍ରେମୀଙ୍କ ମନରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।