ଚନ୍ଦ୍ରଯାନକୁ ଆଉ ପାଦେ ସଫଳତା, ଛାଡିଲା ପୃଥିବୀର କକ୍ଷ

୫ ଦିନ ପରେ ଚନ୍ଦ୍ରର କକ୍ଷରେ ପହଞ୍ଚିବ ଚନ୍ଦ୍ରଯାନ-୩

ପୁଣି ସଫଳତା ଦିଗରେ ଆଉ ପାଦେ ଆଗକୁ ଆଗେଇଲ ଚନ୍ଦ୍ରଯାନ-୩ । ପୃଥିବୀ କକ୍ଷ ଛାଡି ଚନ୍ଦ୍ରର କକ୍ଷ ଦିଗରେ ଆଗେଇଛି ଚନ୍ଦ୍ରଯାନ। ତେବେ ଗତକାଲି ରାତି ୧୨ରୁ ଗୋଟାଏ ମଧ୍ୟରେ ଥ୍ରଷ୍ଟ ଇଞ୍ଜିନ ଚାଲୁ କରାଯାଇଥିଲା । ମଧ୍ୟରାତ୍ରୀରେ ଟ୍ରାନ୍ସ ଲୁନାର ଇଞ୍ଜେକସନ ପ୍ରକ୍ରିୟା ସରିଥିଲା । ଏଥିପାଇଁ ୨୮ରୁ ୩୧ ମିନିଟ ସମୟ ଲାଗିଥିଲା । ଏହି ସମୟରେ ଥ୍ରଷ୍ଟ ଇଞ୍ଜିନକୁ ଫାୟାର କରାଯାଇଥିଲା । ଚନ୍ଦ୍ରଯାନ-୩ ପୃଥିବୀର ଅତି ନିକଟରେ ଅର୍ଥାତ ନିକଟତମ ବିନ୍ଦୁ ପେରିଗୀରେ ପହଞ୍ଚିବା ପରେ ଇଞ୍ଜିନକୁ ଫାୟାର କରାଯାଯାଇଥିଲା ।

ଏହାର ୬ ସାତ ଘଣ୍ଟା ପୂର୍ବରୁ ଥ୍ରଷ୍ଟ ଇଞ୍ଜିନ ଷ୍ଟାର୍ଟ କରି ଗତିକୁ ବୃଦ୍ଧି କରାଯାଇଥାଏ । ଚନ୍ଦ୍ରଯାନ-୩ ପୃଥିବୀ ଛାଡ଼ିବା ସହିତ ପୁଣି ଆରମ୍ଭ ହୋଇଛି କାଉଣ୍ଟ ଡାଉନ । ଆଉ ମାତ୍ର ୫ ଦିନ ପରେ ଚନ୍ଦ୍ରର କକ୍ଷରେ ପହଞ୍ଚିବ ଚନ୍ଦ୍ରଯାନ-୩ । ବର୍ତ୍ତମାନ ଏହା ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଜୁଲାଇ ୧୪ରେ ଉତକ୍ଷେପଣ ପରଠୁ ପୃଥିବୀକୁ ଦୀର୍ଘ ୨ ସପ୍ତାହ ଧରି ପରିକ୍ରମା କରୁଥିବା ଚନ୍ଦ୍ରୟାନର ସଫଳ ହୋଇଛି ଟ୍ରାନ୍ସ ଲୁନାର ଇଞ୍ଜେକ୍ସନ ପ୍ରକ୍ରିୟା ବା-TLI । ତେବେ ଏହି ସଫଳତା ପରେ ସାରା ଦେଶରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।