ଜହ୍ନରେ ଭୂକମ୍ପ ଅନୁଭବ କଳା ଲ୍ୟାଣ୍ଡର ବିକ୍ରମ !
କିଛି ସମୟ ପାଇଁ ଥରି ଉଠିଲା ଜହ୍ନ । ଅର୍ଥାତ ଜହ୍ନରେ ମଧ୍ୟ ଅନୁଭୂତ ହୁଏ ଭୂକମ୍ପ ! ଏକଥା ଆମେ କହୁନୁ ଏକଥା ସ୍ପଷ୍ଟ କରିଛି ଚନ୍ଦ୍ରଯାନ-3 । ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ ଏନେଇ ଇସ୍ରୋକୁ ସୂଚନା ଦେଇଛି । ଚନ୍ଦ୍ରପୃଷ୍ଠର ସାଉଥ ପୋଲରେ ବିକ୍ରମଲ୍ୟାଣ୍ଡର ଗୋଟେ ପରେ ଗୋଟେ ନୂଆ ନୂଆ ସନ୍ଧାନ କରୁଛି । ଏହାରି ଭିତରେ ଚାନ୍ଦରେ ପ୍ରାକୃତିକ କମ୍ପନ ବା ହଲଚଲ୍ର ଗତିବିଧି ରେକର୍ଡ ହୋଇଛି । ଏବେ ଇସ୍ରୋ ଏହି ଗତିବିଧି କଣ ତାର ଯାଞ୍ଚ କରୁଛି । ବିକ୍ରମ ଲ୍ୟାଣ୍ଡରରେ ଏମିତି ଉପକରଣ ବ୍ୟବହାର ହୋଇଛି, ଯାହା ମୁନ୍ ସାଉଥ ପୋଲରେ ହେଉଥିବା କମ୍ପନ କି ଗତିବିଧିକୁ ରେକର୍ଡ କରିବାରେ ସକ୍ଷମ । ୨୬ ଅଗଷ୍ଟରେ ILSA ଉପକରଣ ଏହି ହଲଚଲ୍ ରେକର୍ଡ କରିଛି । ଯାହା ସ୍ବାଭାବିକ ଭଳି ଲାଗୁଛି । ତେବେ ଏହି ଗତିବିଧି ବା ହଲଚଲ୍ କି ପ୍ରକାର ତାର ୟାଞ୍ଚ ଚଳାଇଛି ଇସ୍ରୋ । ଏହାପୂର୍ବରୁ ମୁନ୍ ସାଉଥ ପୋଲ୍ରେ ପ୍ଲାଜମା ପାର୍ଟିକଲ୍ସର ମଧ୍ୟ ଯାଞ୍ଚ ନେଇ ତଥ୍ୟ ମିଳିଥିଲା । ତେବେ ଏହି ନୂଆ ନୂଆ ତଥ୍ୟ ସବୁ ଭାରତୀୟ ବ୍ବୈଜ୍ଞାନିକଙ୍କ ଉତ୍କଣ୍ଠା ବଢାଇ ଦେଉଛି ।