ପ୍ରଚାର ବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ପଥର ମାଡ

ପ୍ରଚାର ବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପଥର ମାଡ଼

ନିର୍ବାଚନୀ ପ୍ରଚାର ବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ପଥର ମାଡ । ଗତକାଲି ବିଜୟୱାଡାରେ ରୋଡ ସୋ’ କରୁଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ଜଗନ ମୋହନ ରେଡ୍ଡୀ।ତାଙ୍କ ବାମ ବସ୍ ଉପରେ ଛିଡ଼ା ହୋଇ ଲୋକଙ୍କୁ ଅଭିବାଦନ ଗ୍ରହଣ ବେଳେ ହଠାତ୍ ତାଙ୍କ ଉପରକୁ ପଥର ମାଡ଼ ହୋଇଥିଲା। ତାଙ୍କ କପାଳରେ ଗଭୀର ଆଘାତ ଲାଗିଛି।ୱାଇଏସଆରସିପି ବିଧାୟକ ଭେଲ୍ଲାମପଲ୍ଲୀ ଶ୍ରୀନିବାସ ରାଓ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଆସନ୍ତା ନିର୍ବାଚନ ପାଇଁ ଜଗନ ମୋହନ ବିଜୟୱାଡାରେ ରୋଡ ସୋ’ କରୁଥିଲେ । ବିଜୟୱାଡାର ସିଂହ ନଗରଠାରେ ବସରେ ଛିଡା ହୋଇ ହାତ ହଲାଉଥିଲେ । ଏହି ସମୟରେ ଭିଡ ଭିତରୁ କେହି ଜଣେ ବ୍ୟକ୍ତି ହଠାତ୍ ତାଙ୍କ ଉପରକୁ ପଥର ମାଡ କରିଥିଲା । ପଥର ଜଗନଙ୍କ ବାମ ଆଖି ଉପରେ ବାଜିଥିଲା । ସଙ୍ଗେ ସଙ୍ଗେ ବସ ଭିତରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ । ଏହାର କିଛି ସମୟ ପରେ ଜଗନ ପୁଣିଥରେ ରୋଡ ସୋ’ ଆରମ୍ଭ କରିଥିଲେ।ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହି ଆକ୍ରମଣ ଘଟଣାକୁ କଡ଼ା ନିନ୍ଦା କରିବା ସହ ଜଗନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।