ପୁଣି କୋଟାରେ ଦୁଇ ଛାତ୍ରଙ୍କ ଆତ୍ମହତ୍ୟା

ଗତ ୮ ମାସରେ ଗଲାଣି ୨୪ ଜଣ ଛାତ୍ରଙ୍କ ଜୀବନ !

ପୁଣି କୋଟାରେ ଦୁଇ ଛାତ୍ରଙ୍କ ଆତ୍ମହତ୍ୟା । ନିଟ, ଜେଇ ତଥା ଅନ୍ଯାନ୍ଯ କମ୍ପିଟେଟିଭ କୋଚିଂ ପାଇଁ ନାଁ କରିଥିବା କୋଚିଂ ସେଣ୍ଟର ହେଉଛି କୋଟା । କିନ୍ତୁ ଏଠାରେ ଦିନକୁ ଦିନ ଛାତ୍ର ଆତ୍ମହତ୍ୟା ବଢିବାରେ ଲାଗିଛି । NEET ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ର ଆତ୍ମହତ୍ୟା କରିଥିବା ଜଣା ପଡିଛି । ଜଣେ ଛାତ୍ର କୋଚିଂ ସେଣ୍ଟରର ୬ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ର ହେଲେ ମହାରାଷ୍ଟ୍ର ଲାତୁର ଜିଲ୍ଲାର ଅଭିଷ୍କାର କସଲେ । ଅଭିଷ୍କାର ଗତ ତିନିବର୍ଷ ଧରି କୋଟାରେ NEET ପାଇଁ କୋଚିଂ ନେଉଥିଲେ ।

ସେ ଛାତରୁ ଡେଇଁବା ସମୟର ଦୃଶ୍ୟ କୋଚିଂ ସେଣ୍ଟରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଅନ୍ୟ ଜଣେ ମୃତ ଛାତ୍ର ହେଲେ ବିହାର ଆଦର୍ଶ ରାଜ୍ । ଆଦର୍ଶ ତାଙ୍କ ଭଡ଼ା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହାରି ଭିତରେ ଗତ ୮ ମାସ ମଧ୍ୟରେ କୋଟାରେ ୨୪ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି । ପିଲାଙ୍କ ମୁଣ୍ଡରେ ପରୀକ୍ଷା ପ୍ରେସର ଥିବା ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ସନ୍ଦେହ କରାଯାଉଛି । ଏହି ଘଟଣା ଏବେ ସବୁଠି ଆଲୋଡନ ସୃଷ୍ଟି କରୁଛି ।